oom

ନରସିଂହଙ୍କୁ ଭେଟିଲେ ଆୟୁର୍ବେଦ ମହାବିଦ୍ୟାଳୟର ନୂତନ ଛାତ୍ର ସଂସଦ : ଶିକ୍ଷା, ଚିକିତ୍ସା, ଛାତ୍ର ସମସ୍ୟା ଓ ଭିତ୍ତିଭୂମି ବିକାଶ ଉପରେ ହେଲା ଆଲୋଚନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାରଦେଶ୍ୱରୀ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦ ଆଜି ସନ୍ଧ୍ୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ନୂତନ ଭାବେ ନିର୍ବାଚିତ ହୋଇଥିବା ଛାତ୍ର ସଂସଦର ସଭାପତି ଆଶୁତୋଷ ତ୍ରିପାଠୀ, ଉପ-ସଭାପତି ରଜନୀ କୁମାର, ସାଧାରଣ ସଂପାଦକ ଦୀପକ ମେହେର, ସହ-ସଂପାଦକ ମୃତ୍ୟୁଞ୍ଜୟ ମେହେର ଏବଂ ସାଂସ୍କୃତିକ ସଂପାଦିକ ମୋନାଲିସା ବେସନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ସାକ୍ଷାତ ସମୟରେ ଛାତ୍ରନେତାମାନଙ୍କ ସହ ଆୟୁର୍ବେଦ ମହାବିଦ୍ୟାଳୟରେ ଥିବା ଶିକ୍ଷା, ଚିକିତ୍ସା ଓ ଭିତ୍ତିଭୂମି ନିର୍ମାଣ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଗତ ଦିନର ଛାତ୍ର ଆନ୍ଦୋଳନ ସମୟରେ ପୋଲିସ କିଭଳି ଡାକ୍ତରି ଛାତ୍ରୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ଉପରେ ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ସଚିବଙ୍କ ସହ ହୋଇଥିବା ଅଭିଯୋଗ ଓ ଆଲୋଚନା ବାବଦରେ କହିଥିଲେ । ଆୟୁର୍ବେଦ ମହାବିଦ୍ୟାଳୟର ବିକାଶ ପାଇଁ ଆସିଥିବା ଅନୁଦାନରେ ନିର୍ମାଣ ହେବାକୁ ଥିବା କାମ ଯେମିତି ଶୀଘ୍ର ସଂପାଦନ ହେବ ସେ ଦିଗରେ ଚେଷ୍ଟା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଗାମୀ ଦିନରେ ବିଧାୟକ ଶ୍ରୀ ମିଶ୍ରଙ୍କୁ କଲେଜ ପରିସରକୁ ନିମନ୍ତ୍ରଣ କରିବା ସହ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ରଖାଯିବାକୁ ଛାତ୍ର ନେତାମାନେ ପ୍ରସ୍ତାବ ରଖିବା ସହ ବିଧାୟକ ଶ୍ରୀ ମିଶ୍ର କଲେଜ ପରିଦର୍ଶନରେ ଆସନ୍ତୁ ବୋଲି ଛାତ୍ର ନେତାମାନେ ଅନୁରୋଧ କରିଥିଲେ । ଏହି ଆଲୋଚନା ଓ ସାକ୍ଷାତ ସମୟରେ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ବିଧାୟକଙ୍କ ପ୍ରତିନିଧି ଡା. ପ୍ରକାଶ ଚନ୍ଦ୍ର ଦାଶ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.