lika

ପ୍ରେମ ସମର୍ପଣର ସ୍ୱରୂପ ପ୍ରୀତି ଶତପଦୀ : ବଲାଙ୍ଗିର ସାହିତ୍ୟ ଘରର ମାସିକ ବୈଠକରେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ସାହିତ୍ୟ ଆଲୋଚନା

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବର୍ଷକୁ ସ୍ୱାଗତ ଜଣାଇ ଆଜି ବଲାଙ୍ଗିର ସାହିତ୍ୟ ଘରର ବୈଠକ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ଭବନଠାରେ । ସାହିତ୍ୟ ଘରର ସଭାପତି ସନ୍ଦିପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଜ୍ୟୋତିର୍ମୟୀ ସାହୁ ମୁଖ୍ୟ ଅତିଥିଭାବରେ ଓ କୁଶଙ୍ଗ ଡିଗ୍ରୀ କଲେଜର ଅଧ୍ୟାପକ ଡ. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସାହିତ୍ୟ ଘରର ଉପସଭାପତି କବି ନାଟ୍ୟକାର ବିଜୟ କୁମାର ତ୍ରିପାଠୀ କବି ଶ୍ରୀନିବାସ ଉଦ୍‌ଗାତାଙ୍କର ସାହିତ୍ୟ ପ୍ରାଣତା ସମ୍ପର୍କରେ ଆଲୋଚନା କରିଥିଲେ । ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଙ୍କର ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଡ. ମେହେର କହିଲେ ଭଲ ପାଇବାର ଭିନ୍ନ ଭିନ୍ନ ଭାବ, ପ୍ରାପ୍ତି ଅପ୍ରାପ୍ତିର ଭେଦ ଶୂନ୍ୟ ଅନୁଭବ ଇଶ୍ୱରୀୟ ଭକ୍ତି ପ୍ରେମ ସମର୍ପଣର ସ୍ୱରୂପ ଉପସ୍ଥାପିତ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କର କବିତା ସଂକଳନ ପ୍ରୀତି ଶତପଦୀ ରେ । ଜଗନ୍ନାଥଙ୍କୁ ପ୍ରେମ ପ୍ରୀତିରେ ସମ୍ବୋଧନ କରି ସେ କବିତାର ଭାବକୁ ଚେତନାର ଉଦ୍ଧ୍ୱର୍ତର ସୋପାନକୁ ନେଇଯାଇଛନ୍ତି ଏହି କବିତା ସଂକଳନରେ । ସୌଭାଗ୍ୟ କ୍ରମେ ଆଜି ଡ. ଉଦ୍‌ଗାତାଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ସାହିତ୍ୟ ଘର ତରଫରୁ ଫୋନ୍‌ ମାଧ୍ୟମରେ ସମସ୍ତେ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ଡ. ଉଦ୍‌ଗାତା ଭାବ ବିହ୍ୱଳ ହୋଇ ସମ୍ପୁର୍ଣ୍ଣ ସମର୍ପିତ ହୋଇ ସାରସ୍ୱତ କର୍ମ କରିବା ପାଇଁ ସମସ୍ତଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ପରେ କବି ଜ୍ୟୋତି ରଂଜନ ମିଶ୍ର ଓ ରତ୍ନ ମୟ ତ୍ରିପାଠୀଙ୍କ ସଂଯୋଜନାରେ କବି ମିରା ଶତପଥି, ଅର୍ଜୁନ କୁମାର ସାହୁ, ଅନନ୍ତ ବିଶ୍ୱାଳ, ସୁଜ୍ଞାନ ବେଣ୍ଟକାର, ବଳିଷ୍ଠ ପ୍ରଧାନ, ହୃଷିକେଶ ପୁରୋହିତ, ମଧୁସୁଦନ ନେଗୀ, ରାମଭକ୍ତ ଫରିକାର, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଜୟଦେବ କର, ଭାଗୀରଥି ମିଶ୍ର, ଗଣେଶ ବାରିକ, ନିଗମାନନ୍ଦ ନାଥ ପ୍ରମୁଖ ନୂତନ ବର୍ଷକୁ ସ୍ୱାଗତ ଜଣାଇ କବିତା ଆବୃତି କରିଥିଲେ । ସମ୍ପାଦକ ଜୟଦେବ କର ସ୍ୱାଗତ ଭାଷଣ ଦେବାସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.