jayashree

ମୁକ୍ତ ଯୋଜନା ସଂପର୍କରେ ୫ଟି ସଚିବଙ୍କ ସହ ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୫ଟି ଅନ୍ତର୍ଗତ ମୁକ୍ତ ଯୋଜନା ଜରିଆରେ ବରଗଡ଼ ପୌରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାପାଳଙ୍କ ଭିସି ହଲ୍ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସହର ରୂପାନ୍ତରୀକରଣ ପାଇଁ ଆବଶ୍ୟକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା । ଏଥିରେ ସହର ମଧ୍ୟରେ ବହିଯାଇଥିବା ଜୀରା ନଦୀ କଡ଼ରେ ରିଙ୍ଗ ରୋଡ ନିର୍ମାଣ, ଆଉଟ୍ ଡୋର ଷ୍ଟାଡିୟମ ନିର୍ମାଣ, ଆଧୁନିକ ପାର୍କ, ରାସ୍ତାକଡରେ ଡ୍ରେନ ନିର୍ମାଣର ଆବଶ୍ୟକତା ରହିଥିବା ଆଲୋଚନା ହୋଇଥିଲା । ଏଥିପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚର ଅଟକଳ କରାଯାଇଥିଲା । ଏହି ଆଲୋଚନାରେ ଜିଲ୍ଲାପାଳ ତଥା ବରଗଡ଼ ପୈାର ପରିଷଦର ଅଧକ୍ଷା ମୋନୀଷା ବାନାର୍ଜୀ, କାର୍ୟ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ପୂର୍ବତନ ପୈାର ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ପୂର୍ବତନ ଉପଧ୍ୟକ୍ଷ। କଳ୍ପନା ମାଝୀ, ଜୟନ୍ତୀ ବୋହେରା, କିଶୋର ମିଶ୍ର, ଶ୍ରୀବତ୍ସ ଛତର, ଉମେଶ ପଣ୍ଡା, ରୋହିତ ବାରିକ, ଦିଲ୍ଲିପ ସିଉଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.