ଚାଷୀଙ୍କ ପାଇଁ ଆଲୋଚନାରେ ସାଂସଦ ପ୍ରତିନିଧି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଭେଡେନ ଓ ସହଁରାଟିକରା ମାର୍କେଟକୁ ଯାଇ ଚାଷୀମାନଙ୍କ ଧାନ ବିକ୍ରୟ ସମନ୍ଧରେ ଆଲୋଚନା କରିଥିଲେ । ମାର୍କେଟ ୟାର୍ଡ଼ ସରକାର ଓ ସମବାୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଚାଷୀଙ୍କ ଧାନ ସୁବିଧାରେ ତାଲିକାଭୁକ୍ତ ହୋଇପାରିବ, ଯେପରି ଟୋକନ ଲେପସ ନହେବ, ଧାନ ବିକ୍ରି ହୋଇ ସୁବିଧା ସରକାରୀ ମୂଲ୍ୟ ପାଇପାରିବେ ତାହାର ସୁବିଧା, ବର୍ଷା ହେଲେ ଧାନ ସୁରକ୍ଷା ପାଇଁ ତାରପୋଲିନ ମହଜୁଦ ରଖିବା ପାଇଁ ଆଲୋଚନା କରିଥିଲେ । ଏହି ସମୟରେ ବିଜେପିର ସୁରୁବାବୁ କର୍ମୀ, ଧନେଶ୍ଵର ପାଢୀ, ଆନନ୍ଦ ଅଗ୍ରୱାଲ, ରାଜେଶ ବଢେଇ, ରବିନ୍ଦ୍ର ନାୟକ, ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.