ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦି ଡିଭାଇନ ଲାଇଫ ସୋସାଇଟି ତରଫରୁ ସ୍ୱାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ୧୩୮ତମ ଜୟନ୍ତୀ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭଲ ହୁଅ ଭଲ କର ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରମ ପୂଜ୍ୟ ସ୍ୱାମୀଜୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ୱାମୀ ଶିବାନନ୍ଦଙ୍କ ଜୀବନୀ, ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଏହି ଅବସରରେ ଦେଶାତ୍ମବୋଧ, କର୍ତ୍ତବ୍ୟ, ଚରିତ୍ର, ସ୍ୱାସ୍ଥ୍ୟ, ସଦଗୁଣ, ସାର୍ବଜନୀନ ସମ୍ପତ୍ତି, ଏକ ପରିବାର, ଧର୍ମ, ଅହିଂସା, ମିତବ୍ୟୟିତା, ଆଇନ, ଦୟାଶୀଳତା, ପରିବେଶ, ଏକତା, ଶିକ୍ଷା ସମ୍ପର୍କରେ ତଥା ସ୍ୱାମୀ ଶିବାନନ୍ଦଙ୍କ କୋଡ଼ିଏ ଆଧ୍ୟାତ୍ମିକ ନିୟମ ବିଷୟରେ ବିସ୍ତୃତ ଆଲୋଚନା କରି ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଗ ଓ ପ୍ରାଣାୟାମ,୧୦୦୮ ନାମ ମନ୍ତ୍ର, ପ୍ରଭାତ ଫେରି, ଶ୍ରୀଗୁରୁ ପାଦୁକାପୂଜା, ଗଣେଶ କୀର୍ତ୍ତନ, ସ୍ତୋତ୍ର ଓ ଶାନ୍ତି ପାଠ, ସ୍ୱାମୀ ଶିବାନନ୍ଦଙ୍କ ଜୀବନାଦର୍ଶ, ପିଲାମାନଙ୍କ ଦ୍ଵାରା ଭଜନ, ସନାତନ ଧର୍ମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପାଣ୍ଡବଙ୍କ ପୁତ୍ର ସ୍ୱରୂପ ପ୍ରକାଶ ଓ ନାତି ବିରାଜ ପାଣ୍ଡବଙ୍କ ଜନ୍ମଦିନ ପାଳନ ସହ ଆଲୋଚନାର ସମୀକ୍ଷା କରିଥିଲେ । ଶେଷରେ କବିବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରକାଶ କୁମାର ପଣ୍ଡା, ସୁଶିଲ କୁମାର ମିଶ୍ର, ପାଣ୍ଡବ ବେହେରା, ଦିଗମ୍ବର ପାଢ଼ୀ, ବିଜୟ ଅଗ୍ରୱାଲ, ଉମେଶ ଚନ୍ଦ୍ର ପୃଷ୍ଟି, କବିବର ସାହୁ, ବାଳକୃଷ୍ଣ ମହାରଣା, ଅମୀୟ ରଞ୍ଜନ ବିଶ୍ୱାଳ, କାର୍ତ୍ତିକଚନ୍ଦ୍ର ବରାଳ, ସର୍ବେଶ୍ଵର ମାନସିଂହ, ସୁରେନ୍ଦ୍ର ନାଥ ବେହେରା, ରୁଦ୍ର ନାରାୟଣ ତ୍ରିପାଠୀ, ବ୍ରଜକିଶୋର ପାଣି, ନିରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ହୋତା, କେଦାର ବେହେରା, ନିରଦ ମହନ୍ତ, ସୂର୍ଯ୍ୟମଣି ସ୍ୱାଇଁ, ଜ୍ୟୋତି ମହାନ୍ତି, ଗଗନ ବିହାରୀ ନନ୍ଦ, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post