oom

ପ୍ରଶାସନର ଉପସ୍ଥିତରେ ଉତ୍କଳ କମ୍ପାନୀ ସହ ତୁଣ୍ଡା ଗାଁବାସୀଙ୍କ ଆଲୋଚନା ଆସନ୍ତା ୨୮ରେ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତର ଯୋଗୀପାରିତୁଣ୍ଡା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ଉତ୍କଳ କମ୍ପାନୀ ଦ୍ଵାରା ହେବାକୁ ଥିବା ଆଗାମୀ ଆଲୋଚନାର ପ୍ରସ୍ତାବ ସ୍ୱୀକାର କରି ଧାରଣାରୁ ଓହରିଥିବା ଦେଖିବାକୁ ମିଳିଛି । ତୁଣ୍ଡା ଗ୍ରାମବାସୀ ଉତ୍କଳ କମ୍ପାନୀକୁ ଜଳ, ଜମି, ଜଙ୍ଗଲ ଦେଇଥିବା ସ୍ଥଳେ ଦୁଇ ଦଶନ୍ଧି ହେବ ଉତ୍କଳ କମ୍ପାନୀ ତାଙ୍କୁ ବିଶେଷ ଭାବେ ଅଣଦେଖା କରୁଥିବା ଅଭିଯୋଗ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ମୌଳିକ ଅଧିକାର ପୂରଣ କରିନାହିଁ ଉତ୍କଳ କମ୍ପାନୀ । ରୋଜଗାର ଦେବାରେ କମ୍ପାନୀର ଆନ୍ତରିକତା ମଉଳି ଯାଇଛି ବୋଲି ପ୍ରାୟ ଦୁଇ ସପ୍ତାହ ହେଲା ସମସ୍ତ ଗ୍ରାମବାସୀ ମୁଖ୍ୟ ସଡ଼କ ଅବରୋଧ କଲାପରେ କମ୍ପାନୀକୁ ଜଳ ଯୋଗାଉ ଥିବା ଇଣ୍ଟେକର ଜଳ ଅବରୋଧ କରି ଏକ ନଦୀ ହିଡ଼ ବାନ୍ଧି ଜଳକୁ ଅନ୍ୟ ଦିଶାରେ ପ୍ରବାହିତ କରିଥିଲେ ଏବଂ ସେମାନଙ୍କ ଦାବୀ ଥିଲା ସମସ୍ତ ଗ୍ରାମବାସୀ ୨୫୨ ପରିବାରଙ୍କୁ ରୋଜଗାର ଯୋଗାଇଦେବା, ପାନୀୟ ଜଳ, ଗମନାଗମନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ଉପରେ ବିଶେଷ ଭାବେ ଧ୍ୟାନ ଦେବା କିନ୍ତୁ କମ୍ପାନୀର ଅବହେଳା ନୀତି କ୍ରମାଗତ ଥିବା ହେତୁ ଆନ୍ଦୋଳନରେ ଅଡି ବସିଥିଲେ ଗ୍ରାମବାସୀ । ପୂର୍ବରୁ ପ୍ରକାଶ କରିଥିଲେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ବାଦବିବାଦ କ୍ରମେ ସମାଧାନର କୌଣସି ବାଟ ଫିଟୁ ନଥିଲା । ହେଲେ ଗତ ଜନୁୟାରୀ ୧୯ ତାରିଖରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଏକ ପ୍ରକାର ସମାଧାନର ଆଶ୍ୱାସନା ଗ୍ରାମବାସୀଙ୍କୁ ମିଳିଥିବା ପରିଲକ୍ଷିତ ହୋଇଛି । ପୋଲିସ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦସ୍ତଖତ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଉପଜିଲ୍ଲାପାଳଙ୍କ ସହମତି କ୍ରମେ ତାଙ୍କ କାର୍ଯ୍ୟାଳୟରେ ଆସନ୍ତା ୨୮ ତାରିଖ ଦିନ ସାମୁହିକ ଆଲୋଚନା କରାଯିବ ବୋଲି ଉଲ୍ଲେଖ କରିଥିଲେ ।

jittmm
Leave A Reply

Your email address will not be published.