ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଆଧୁନିକ ସାହିତ୍ୟରେ କବିବର ରାଧାନାଥ ରାୟଙ୍କ ଅବଦାନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ‘ଆଧୁନିକ ସାହିତ୍ୟରେ କବିବର ରାଧାନାଥ ରାୟଙ୍କ ଅବଦାନ’ ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ବିଦ୍ୟା ମନ୍ଦିର ତୁଷୁରା ପରିସରରେ ସଭାପତି ଅଖିଳ ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ଯୋଗଦେଇ କବିବର ରାଧାନାଥ ରାୟଙ୍କ କାବ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ତୋଷାଳୀ ବିଦ୍ୟା ମନ୍ଦିରର ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ଦେବାଶିଷ ମହାପାତ୍ର ଯୋଗଦେଇ ରାଧାନାଥଙ୍କ ଜୀବନୀ ଓ ତାଙ୍କ କାବ୍ୟ ଗୁଡିକର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ସଭା ପ୍ରାରମ୍ଭରେ ସଦସ୍ୟ ପ୍ରଦୀପ ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ନିଷାନ୍ ସାହିତ୍ୟ ସଂସଦର ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ଦେମୁହାଣ ସ୍ଵସ୍ତି ବିଦ୍ୟାପୀଠର ଓଡିଆ ଶିକ୍ଷକ ସନ୍ତୋଷ କୁମାର ସାହୁ, ପ୍ରବୀଣ କବି ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ସୁବଳ କୁମାର ସାହୁ ଏବଂ କବୟିତ୍ରୀ କନକଲତା ପଣ୍ଡା, ହୀରାବତୀ ସାହୁ ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରହଲ୍ଲାଦ ଦଣ୍ଡସେନା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ରୋହିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତୋଷାଳୀ ବିଦ୍ୟା ମନ୍ଦିରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।