om academy

ଖବର କାଗଜ ବିତରକ ଭାଇଙ୍କ ସହ ବିଧାୟକଙ୍କ ଆଲୋଚନା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଖବର କାଗଜ ବିତରକ ସଂଘର କର୍ମକର୍ତ୍ତା ଗଣ ରଘୁନାଥପାଲ୍ଲୀ ନବନିର୍ବାଚିତ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ବିତରକ ସଂଘର ସଭାପତି ମିହିର ପାତ୍ର, ସାଧାରଣ ସମ୍ପାଦକ କିଶୋର ରାଉତ ଓ ସାଂଗଠନିକ ସମ୍ପାଦକ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆର୍ତ୍ତତ୍ରାଣ ବେହେରା, ଅନିରୁଦ୍ଧ ଜେନା, ଅଶୋକ ବିଶ୍ୱାଳ, ସୁକେନ୍ଦୁ ପାତ୍ର ଓ ସଂଗ୍ରାମ କିଶୋର ଭୂୟାଁ ପ୍ରମୁଖ ଶ୍ରୀ ତନ୍ତୀଙ୍କୁ ଭେଟି ରାଜ୍ୟ ସରକାର ବିତରକ ଭାଇ ମାନଙ୍କୁ ଦେଇଥିବା ମାନ୍ୟତାର ଅବଧି ଶେଷ ହୋଇଥିବାରୁ, ତା’ର ଅବଧି ବୃଦ୍ଧି ସହ ବିତରକ ଭାଇ ମାନଙ୍କର ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ତନ୍ତୀ, ଏହାକୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ବିତରକ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.