om academy

ଡୁର୍ରୁକୁସମ ଠାରେ ଅତାବିରା ବିଧାୟକଙ୍କ ସହ ଆଲୋଚନା କଲେ ମସ୍ୟଜୀବି ସଂଘ

jsm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ମଧ୍ୟାହ୍ନ ୧୨ଟାରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡୁର୍ରୁକୁସମ ଠାରେ ଅତାବିରାର ନବ ନିର୍ବାଚିତ ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସ୍ଥାନୀୟ ତାମଦେଇ ମସ୍ୟଜୀବି ସଂଘର ସଦସ୍ୟ ମାନ । ପରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକ ନିହାର ରଞ୍ଜନ ମହାନନ୍ଦ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି କହିଥିଲେ । ଏଥିରେ ମିଳନ ସେଠ, ଜିତେନ୍ଦ୍ର ମେହେର, ରାମକୃଷ୍ଣ କାଲୋ, ଦିଗାମ୍ବର ସେଠ, ପର୍ଶୁରାମ ସେଠ, ବୁଦ୍ଧଦେବ ନନ୍ଦ, ଲକ୍ଷ୍ମଣ ଭୋଇ, ବି ଶ୍ରୀନିବାସ, ସଦାନନ୍ଦ, ରାମ ନାଏକ, ନିରୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.