centurian jitm

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାୟୀ ଶାନ୍ତି କମିଟି ପ୍ରତିଷ୍ଠା ଦାବି କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ : ଜିଲ୍ଲାପାଳ ଓ ମେଡିକାଲ ଅଧିକ୍ଷିକାଙ୍କ ସହ ଆଲୋଚନା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବଲାଙ୍ଗିର ତଥା ପଡୋଶୀ ଜିଲ୍ଲା ଗୁଡିକ ମଧ୍ୟ ନିର୍ଭର କରି ଆସୁଛନ୍ତି । ହସ୍ପିଟାଲରେ ରୋଗୀ ତଥା ରୋଗୀ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ନିୟମିତ ଗଣ୍ଡଗୋଳର ଘଟଣାମାନ ମଧ୍ୟ ସାମନାକୁ ଆସୁଛି । ଏହାର ତୁରନ୍ତ ସମାଧାନ କରି ଜନସାଧାରଣ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ଓ ସାମଞ୍ଜସ୍ୟ ରକ୍ଷା ସହ ଏକ ସୁସ୍ଥ ବାତାବରଣରେ ଯେପରି ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥି ପାଇଁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସ୍ଥାୟୀ ଶାନ୍ତି କମିଟି ଗଠନ ସକାଶେ ପଦକ୍ଷେପ ଗ୍ରହଣ କରିବା ପାଇଁ ମେଡିକାଲ ଅଧିକ୍ଷିକା ପ୍ରଫେସର ଡା. ମାନସୀ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଏହା ସହ ଦୈନନ୍ଦିନ ଓପିଡି ଓ ଆଇପିଡିକୁ ଆସୁଥିବା ହଜାର ହଜାର ରୋଗୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ମେଡିକାଲର ବିଭିନ୍ନ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ସମ୍ବନ୍ଧରେ ଅବଗତ କରାଇ ମେଡିକାଲ ଅଧିକ୍ଷୀକାଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଗଲା । ପରେ ଜିଲ୍ଲାରେ ନୂତନ ଯୋଗ ଦେଇଥିବା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାରଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସ୍ଥାୟୀ ଶାନ୍ତି କମିଟି ପ୍ରତିଷ୍ଠା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲା । ଏହା ସହ ବହୁ ପ୍ରତୀକ୍ଷିତ ବଲାଙ୍ଗିର ବାଇପାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା, ବଲାଙ୍ଗିର ଟାଉନ ହଲକୁ ତୁରନ୍ତ ରୂପାନ୍ତରଣ ଏବଂ ଲୋକନାଥ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପକୁ ତୁରନ୍ତ ମରାମତି କରାଯାଇ ଜନସାଧାରଣଙ୍କ କାର୍ଯ୍ୟ ନିମନ୍ତେ ଉଦ୍ଦିଷ୍ଟ କରାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଉଭୟ ସାକ୍ଷାତକାରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଉତ୍ତମ ନନ୍ଦ, ପ୍ରଶାନ୍ତ ମିଶ୍ର, ସୁବାଷ ବାଗ, ସୀମାଞ୍ଚଳ ସୁନା, ଅନିତା ମିଶ୍ର, ଶ୍ୱେତା ସାହୁ ଓ ଚିନ୍ମୟୀ ବୀର ପ୍ରମୁଖ ସାମିଲ ରହି ମେଡିକାଲ ଅଧିକ୍ଷୀକା ଓ ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରିବା ସହିତ ଏହାର ତୁରନ୍ତ ସମାଧାନ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.