ଆଠଗଡ଼ : ମନ୍ଦିରରୁ ବଡ଼ଧରଣର ଲୁଟ୍ । କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସ୍ଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ବୁଧବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ତାଲା ଖୋଲି ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିରର ପୂଜକ ଦେଖିଥିଲେ କି ମନ୍ଦିରର କବାଟ ଭାଙ୍ଗି ମାଙ୍କ ଅଳଙ୍କାର ଚୋରି ହୋଇଛି । ଲୁଟେରାମାନେ ମା ଦକ୍ଷିଣକାଳୀଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବାର ଅନୁମାନ କରାଯାଉଛି । ଯେଉଁଥିରେ ଅନେକ ମୂଲ୍ୟବାନ ସାମଗ୍ରୀ ରହିଛି । ଏହାସହିତ କିଛି ନଗଦ ଟଙ୍କା ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି ।
Next Post