oom

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ନର୍ସରୀ, ଏଲ୍‌କେଜି, ୟୁକେଜି ଛାତ୍ରଛାତ୍ରୀଙ୍କୁ ନେଇ ତିନି ଦିନ ଧରି କିଣ୍ଡରଗାର୍ଟେନ୍ ଗ୍ରେଜୁଏସନ୍ ଡେ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ କ୍ଲାସ ନର୍ସରୀ, ଏଲ୍‌କେଜି, ୟୁକେଜୀର ଛାତ୍ରଛାତ୍ରୀମାନଙ୍କ ଗ୍ରେଜୁଏସନ ଡେ ପାଳିତ ହୋଇଯାଇଛି । ପ୍ରଥମ ଦିନ ନର୍ସରୀ କ୍ଲାସର ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଟିଟିଲାଗଡ଼ ସହରର ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ. ଯୁଗଳ କିଶୋର ଷଡ଼ଙ୍ଗୀ ଏବଂ ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡତିଆ, ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ସକାଳେ ଏଲକେଜି କ୍ଲାସର ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ କୋଶଳୀ କବି ଟିକେଲାଲ ବେହେରା । ସେହିପରି ୟୁକେଜୀ କ୍ଲାସର ପିଲାଙ୍କୁ ମାନପତ୍ର ପ୍ରଦାନ କରିଥିଲେ କୋଶଳି କବି ତଥା ସାହିତ୍ୟିକ ଭିକାରୀ ଚରଣ ମିଶ୍ର, ସିଆରସିସି ଶ୍ରୀମତି ସାଲିନି ଶତପଥୀ । ତେବେ ଏହି ସମସ୍ତ ଦିନ ସବୁ କ୍ଲାସର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ଅତିଥିଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସ୍କୁଲ ମ୍ୟାନେଜମେଣ୍ଟ ସଦସ୍ୟ ଶ୍ରୀମତି ଶ୍ୟାମା ଦେବୀ ଅଗ୍ରୱାଲ, ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜଟି, ସ୍କୁଲ ଡାଇରେକ୍ଟର ଏଡମିନ୍ ଧରିତ୍ରୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ସ୍କୁଲ ଜୁନିଅର ୱିଙ୍ଗ କୋର୍ଡିନେଟର ଜେ. ଏସ୍‌ ଲକ୍ଷ୍ମୀ । ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ସ୍କୁଲ ଜୁନିଅର ୱିଂସର ଇଭେଣ୍ଟ କୋର୍ଡିନେଟର ସସ୍ମିତା ଷଡ଼ଙ୍ଗୀ, ଅତସି ଦାସ, ପ୍ରଜ୍ଞାସେନୀ ଦାଶ, ମୁକ୍ତାଞ୍ଜଳି ମିଶ୍ର, ଲିଲି ରାୟ, ମମତାଞ୍ଜଳି ମିଶ୍ର, ଇପ୍ସିତା ମିଶ୍ର, ଖୁସବୁ ସିଂ ଭାଦୋରିଆ, ବବିତା ଛୁରା, ଗାୟତ୍ରୀ ଦର୍ଜି, ରୁକ୍ମଣୀ ଷଣ୍ଢ, ସ୍ଵର୍ଣ୍ଣ ପ୍ରଭା ଷଡ଼ଙ୍ଗୀ, ଶୀତଳ ଅଗ୍ରୱାଲ , ସୁନୀତା ମିଶ୍ର ଓ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ।

jittmm
Leave A Reply

Your email address will not be published.