
ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳପୁରା ଗ୍ରାମରେ ସ୍ୱର୍ଗତଃ ଶ୍ରୀଧର ପାଳଙ୍କ ସ୍ମୃତି ଉପଲକ୍ଷେ ଯୋରନ୍ଦା ମହିମା ଆଶ୍ରମର କୌପିନି ଧାରୀ ତଥା ବାଲେଶ୍ୱର ମହିମା ସମାଜର ସଭାପତି କରୁଣାକର ବାବାଙ୍କ ଦ୍ୱାରା ଅଲେଖ ମହିମା ଆଶ୍ରମ ପ୍ରତିଷ୍ଠା କରାଯାଇଛି । ଏଥିରେ ଗୁରୁ ଶ୍ରୀମଦ୍ ଲମ୍ବୋଦର ଦାସ, ଆଶ୍ରମ ଉପଦେଷ୍ଟା ଶ୍ରୀମଦ୍ ତ୍ୟାଗୀ ପ୍ରଭୁରାମ ଦାସ, ଯୋରନ୍ଦା ଆଶ୍ରମର ସେବକ ଶ୍ରୀମଦ୍ ଧନେଶ୍ୱର ବାବା, ଆଶ୍ରମର ଦାତା ଓ ସେବକ ଲମ୍ବୋଦର ପାଳ ଏବଂ ବସନ୍ତ ବାବାଙ୍କ ଦ୍ୱାରା ଅଷ୍ଟପ୍ରହରୀ ଭଜନ, ଯଜ୍ଞ ଆହୁତି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଉକ୍ତ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଅଜୟ ପାଳ, ସୁମନ୍ତ ଜେନା, ଇଂ. ସନ୍ତୋଷ ଜେନା ଏବଂ ରାଜେନ୍ଦ୍ର ପଣ୍ଡାଙ୍କ ବଳିଷ୍ଠ ନେତୃତ୍ୱ ସାଙ୍ଗକୁ ଗବଗାଁ ପଞ୍ଚାୟତ ସମିତି ସଦସ୍ୟ ଅନନ୍ତ କୁମାର ଦତ୍ତ, ନୀଳପୁରା ଗ୍ରାମ୍ୟକମିଟି ସଭାପତି ମାନସ ଦତ୍ତ ପ୍ରମୁଖ ସହଯୋଗ କ୍ରମରେ ବନମାଳୀ ପାଳ, ଉଦୟ ଦତ୍ତ, ବିରେନ୍ଦ୍ର ଜେନା, ପ୍ରଦୀପ ଦତ୍ତ, ପଞ୍ଚାନନ ପାଳ, ଗଗନ ପାଳ ଏବଂ ନୀଳପୁରା ଗ୍ରାମର ଗ୍ରାମବାସୀଙ୍କ ଉଦ୍ୟମରେ ଅଲେଖ ମହିମା ଆଶ୍ରମର ପ୍ରତିଷ୍ଠା ଉତ୍ସବ ମୁଖରିତ ହୋଇଥିଲା । ଏଥିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ପ୍ରସାଦ ସେବନ ପୂର୍ବକ ମହିମା ଧର୍ମର ବାଣୀ ଶ୍ରବଣ କରିଥିଲେ ।