centurian jitm

ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ସୁନା ଗହଣା ଲୁଟ୍

ରାୟଗଡ଼ା : ଜିଲ୍ଲା କଲ୍ୟାଣସିଂହପୁର ଶିକରପାଇ ଗାଁରେ ବଡ଼ ଧରଣର ଲୁଟ୍ । ସ୍ୱାମୀ-ସ୍ତ୍ରୀକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଆଲମିରା ଟେକିନେଲେ ଦୁର୍ବୃତ୍ତ । ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା, ରୁପା ସହ ଆଲମିରା ଟେକି ନେଇଗଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ ଏପରି ବଡ଼ ଧରଣର ଲୁଟ୍ ହୋଇଛି । ୮ରୁ ୧୦ ଜଣ ଦୁର୍ବୃତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରି ଲୁଟପାଟ କରିଛନ୍ତି । ସୂଚନା ଅନୁସାରେ, କାଲି ବିଳମ୍ବିତ ରାତିରେ ଏକ ବୋଲୋରେ ୮ରୁ ୧୦ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ଆସି ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ପଶିଥିଲେ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟପାଟ୍ କରିଥିଲେ । ଦୁର୍ବୃତ୍ତମାନେ ଉପେନ୍ଦ୍ରଙ୍କ ପତ୍ନୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଲୁଟ୍ କରିବା ସହ ଘରେ ଥିବା ଏକ ପୁରୁଣା ଆଲମିରା ମଧ୍ୟ ଉଠାଇ ନେଇଥିଲେ । ସେଥିରେ ପ୍ରାୟ ୧୦ରୁ ୧୧ କେଜି ସୁନା ଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ କୌଣସି ଟେର୍ ମିଳିନି । ଏନେଇ ପୋଲିସ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.