om academy

ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଓଡିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜି ଚାଷୀଟିଏ ନିଜର କ୍ଷେତ ବା ଚାଷଜମିକୁ ପୂଜା କରିବା ସହ ସେଠାରେ ବିହନ ବୁଣି ପୂଜା କରି ଆଜିଠୁ ଚାଷ କାମ ଆରମ୍ଭ କରିଥାଏ । କିନ୍ତୁ ଓଡ଼ିଶା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରିସାରିଥିବା ବେଳେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ନିୟମ ଅନୁଯାୟୀ ଓଡ଼ିଆ କୃଷକମାନେ ଏହି ପବିତ୍ର ଅକ୍ଷୟ ତୃତୀୟା ପାଳନ କରୁଛନ୍ତି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, “ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ । ଚଳିତ ବର୍ଷ ଭଲ ଫସଲ ଅମଳ ଚାଷୀଙ୍କ ସୁଖ ଓ ସମୃଦ୍ଧିର ଧାରାକୁ ଆହୁରି ତ୍ୱରାନ୍ୱିତ କରୁ”।

Leave A Reply

Your email address will not be published.