ମାଲକାନଗିରିରେ ଝାଡ଼ାବାନ୍ତି : ୫୦ ଆକ୍ରାନ୍ତ

ମାଲକାନଗିରି : ଜିଲ୍ଲାରେ କାୟା ମେଲାଉଛି ଝାଡ଼ାବାନ୍ତି । ଗତ ସପ୍ତାହକ ମଧ୍ୟରେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଥିରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫ରୁ ଅଧିକ ଏବେବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଗତ କିଛିଦିନ ତଳେ ମାଥିଲି ବ୍ଲକରେ ଝାଡ଼ାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ବହୁ ଆକ୍ରାନ୍ତ ହୋଇଥିଲେ । ବର୍ଷା ଲାଗି ରହିବା ଏବଂ ଦୂଷିତ ଜଳ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ତେଣୁ ଉଷୁମ ପାଣି ବ୍ୟବହାର କରିବା ଏବଂ ପରିଷ୍କାର ପରିଛର୍ଣ୍ଣ ରହିବା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା ଲୋକଙ୍କୁ ସଚେତନ କରାଇଛନ୍ତି ।

Leave A Reply

Your email address will not be published.