ommm
jittmm

ଭୁବନେଶ୍ୱରରେ ବ୍ୟାପିଲା କରୋନା : ଏକାଥରେ ୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ମାଡୁଛି ସଂକ୍ରମଣ । ବଢୁଛି ଭୟ । ଦେଶରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ହଜାରେ ପାର୍‌ କଲାଣି ପଜିଟିଭଙ୍କ ସଂଖ୍ୟା । ଏପଟେ ରାଜ୍ୟକୁ ବି ମାଡିଲାଣି । ବୁଧବାର ଏକାଥରକେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଭୁବନେଶ୍ୱରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଆଣ୍ଟିଜେଟ୍‌ ଟେଷ୍ଟରୁ ସମସ୍ତେ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଏସବୁ ଭିତରେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କହିଛନ୍ତି କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ବ୍ୟସ୍ତ ହେବାର କାରଣ ନାହିଁ । ଯଦି କେଉଁଠି ରିପୋର୍ଟ ଆସେ ଆରଟିପିସିଆର କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ । ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି । ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର ସବ୍ ଭାରିଆଣ୍ଟ ଔଘ ୧ ଚିହ୍ନଟ ହୋଇଛି । ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡ ଲାଇନ୍ ଆସିନି । ପୂର୍ବରୁ ଥିବା ୨୦୨୨ ମସିହା ଗାଇଡ ଲାଇନ୍ ଅନୁସାରେ ହସ୍ପିଟାଲମାନେ କାମ କରୁଛନ୍ତି । ଏବେ କୋଭିଡକୁ ନେଇ ଭୟଭୀତ ହେବା ଭଳି ସ୍ଥିତି ନାହିଁ, କେହି ବ୍ୟସ୍ତ ହେବାର ଆବଶ୍ୟକତା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସୂଚନା ମୁତାବକ ମେ ୨୨ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣକ ପୁରୁଷ । ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡିଥିଲା । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । କରୋନା ପଜିଟିଭ ହେବା ପରେ ସେ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ ।

Leave A Reply

Your email address will not be published.