jayashree

ଆଗଲପୁରର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁରର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ କହିବା ଅନୁସାରେ ବାଲି ମାଫିଆମାନେ ଅଂଗ ନଦୀରୁ ଗତ ରାତ୍ରୀ ସମୟରେ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଚାଲିଥିବା ଆଗଲପୁର ତହସିଲଦାର ଜାଣିବାକୁ ପାଇଥିଲେ । ଏଣୁ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନଙ୍କ ସହ ଆରଆଇ ସୁଶାନ୍ତ ପଟେଲ ଓ ନୀଳମାଧବ ନାଏକ ଘଟଣାସ୍ଥଳରେ ଜଗି ରହିଥିଲେ । ଟ୍ରାକ୍ଟର ନଂ ଓଡି୦୩ ଏେସ ୮୯୩୪ ବାଲି ବୋଝେଇ ପାଇଁ ନଦୀପଠାକୁ ଆସିବାରୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଗାଡି ଡ୍ରାଇଭର ଗାଡି ମଡାଇଦେବାକୁ ଉଦ୍ୟମ କରିଥିଲେ । ଡ୍ରାଇଭର ସହ ୭/୮ ଜଣ ପୁରୁଷ ଓ ମହିଳା ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ହାରାହାରି ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ଟ୍ରାକ୍ଟରକୁ ଅଟକାଇ ରଖିବା ପରେ ପୋଲିସ ଘଟଣାସ୍ଥଳକୁ ପହଂଚି ଗରୁତର ଥିବା ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଉଦ୍ଧାର କରି କରିଥିବା ଜଣାପଡିଛି । ଲୋଇସିଂହା ଥାନାରେ ଏକ କେସ ମଧ୍ୟ ରୁଜୁ ହୋଇଛି । ଖବରପାଇ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ଲୋଇସିଂହା ଥାନାରେ ପହଞ୍ଚିଥିବା ଜଣାପଡିଛି ।

Leave A Reply

Your email address will not be published.