ଘରକୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ସୋର : ବାଲେଶ୍ଵର ଜିଲ୍ଲା ସୋର ଥାନା କେଶରିପୁର ଅଞ୍ଚଳର ରାଜେନ୍ଦ୍ର ମଲିକଙ୍କ ଉପରକୁ ମରଣାନ୍‌ନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ରାଜେନ୍ଦ୍ରଙ୍କୁ ଉଦ୍ଧାର ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡଇଛି । ସୂଚନାନୁଯାୟୀ, ସୋର ଥାନା କେଶରିପୁର ଅଞ୍ଚଳର ରାଜେନ୍ଦ୍ର ମଲିକଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ବାପା ଡାକୁଛନ୍ତି କହି ନିଜ ଘରକୁ ଡାକି ନେଇଥିଲେ । ଏହାପରେ ଯୁବକଙ୍କ ବାପା ରାଜେନ୍ଦ୍ରଙ୍କୁ ଏକ ଦଉଡିରେ ବାନ୍ଧିବା ପାଇଁ ଉଦ୍ୟମ କରୁଥିଲେ । ରାଜେନ୍ଦ୍ର ଏହାକୁ ବିରୋଧ କରିବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ଏଥିରେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ରାଜେନ୍ଦ୍ରଙ୍କୁ ଉଦ୍ଧାର ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.