ସମିତି ସଭ୍ୟ ପ୍ରାର୍ଥୀଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ଭୁବନେଶ୍ଵର ରଘୁନାଥପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ରଘୁନାଥପୁର ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସଞ୍ଜିବ କୁମାର ପଣ୍ଡାଙ୍କ ବାପା ଗୋଲଖ ବିହାରୀ ପଣ୍ଡାଙ୍କ ଉପରକୁ କେହି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । । ଆହାତ ଗୋଲଖ ପଣ୍ଡାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତି ୧୦ଟା ସମୟରେ ଗୋଲଖ ପଣ୍ଡା ପଦାସାହି ଗାଁରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ଆସୁଥିଲେ । ଏହି ସମୟରେ ଜଗନ୍ନାଥ ମନ୍ଦିର ବସ୍ତି ନିକଟରେ ତାଙ୍କୁ ଏକାଧିକ ଅଚିହ୍ନା ବ୍ୟକ୍ତି ଗାଳିଗୁଲଜ କରିବା ସହିତ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଗୋଲଖଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ତଳେ ପଡି ଯାଇଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଖବର ପାଇ ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଲଖଙ୍କୁ ହସ୍ପିଟାଲ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଥିବର ଜରାପଡିଛି ।

Leave A Reply

Your email address will not be published.