om academy

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

jsm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କାରି ଛୁରାମାଡ ମାରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣକ ହେଲେ ଘୁଚାଗୁଡା ଗ୍ରାମର ଜୁଲେଶ୍ୱର ପ୍ରଧାନ (୨୨) ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ଗତ ୧୭ ତାରିଖ ରାତ୍ରିରେ ଯୁବକ ଜଣକ ଫୁରସୁଣ୍ତ ଗ୍ରାମରେ ବିଶ୍ୱକର୍ମା ପୁଜା ଦେଖିବାକୁ ଆସିଥିଲେ । ହେଲେ ସେହି ସମୟରେ ପୁର୍ବ ଶତ୍ରୁତାକୁ ନେଇ ଉକ୍ତ ଘୁଚାଗୁଡା ଗ୍ରାମର ବିକୁ ନାଏକ, ଫୁରସୁଣ୍ତ ଗ୍ରାମର ଦେବରାଜ ବାଗ, ରଶ୍ମିରଂଜନ ନିଆଲ ସହ ଅନ୍ୟ ୮ରୁ୯ ଜଣ ବ୍ୟକ୍ତି ଫୁରସୁଣ୍ତ ଗ୍ରାମର ମା’ ଠାକୁରାଣୀ ମନ୍ଦିର ପାଖରେ ଛୁରାମାଡ ମାରିଥିଲେ । ଯାହା ଫଳରେ ଯୁବକଙ୍କ ଶରୀରର ବାମହାତ, କାନ, ପିଛାରେ ଛୁରାମାଡ ହୋଇଥିବା ଜଣାପଡିଛି । ପୁଣି ଅଭିଯୁକ୍ତ ମାନେ ଯୁବକଙ୍କ ବେକକୁ ଛୁରୀରେ କାଟିବାର ଉଦ୍ଦେଶ୍ୟ ରଖିଥିବା ବେଳେ ଘଟଣାରେ ସ୍ଥାନୀୟ କିଛି ଯୁବକ ଆସିବାରୁ ଯୁବକଙ୍କୁ ଛାଡି ଅଭିଯୁକ୍ତ ମାନେ ଚମ୍ପଟ ମାରିଥିଲେ । ଏନେଇ ସିନାପାଲି ଥାନାରେ ଯୁବକଙ୍କ ମା’ ଗୋପବାଲି ପ୍ରଧାନ ଅଭିଯୋଗ କରିଛନ୍ତି । ସୂଚନା କ୍ରମେ ପରିବାର ଲୋକେ ଯୁବକଙ୍କୁ ପ୍ରଥମେ ସିନାପାଲି ଚିକିତ୍ସାଳୟ ନେଇଥିବା ବେଳେ ଅବସ୍ଥା ସାଂଘାତିକ ହୋଇଥିବାରୁ ଖଡିଆଳ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଗଲା । ହେଲେ ଖଡିଆଳ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ଚାଲିଥିବା ବେଳେ ରକ୍ତ ନ ଥମୁଥିବାରୁ ଜିଲ୍ଲା ଚିକିତ୍ସାଳୟକୁ ନେବା ପାଇଁ ପରିବାର ଲୋକେ ପ୍ରକାଶ କରିଛନ୍ତି । ଏନେଇ ସିନାପାଲି ଥାନାରେ କେସ୍ ନମ୍ୱର ୨୦୧/୨୧ ମାମଲା ରୁଜୁକରି ତଦନ୍ତ ଚଲାଇଥିବା ବେଳେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.