om academy

ଭାଲୁ ଆକ୍ରମଣରେ ୧୦ ଆହତ

jsm

କେନ୍ଦୁଝର : ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ଗୋଟାଏ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା । ରାସ୍ତାରେ ଯାଉଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ବର୍ତ୍ତମାନ ଏହି ୬ ଜଣଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁକୁ ଘୋଡ଼ାଇଥିଲା ।

Leave A Reply

Your email address will not be published.