ବଲାଙ୍ଗିର ସଦର ଥାନାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକୁ ନେଇ ନିନ୍ଦା

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବଲାଙ୍ଗିର ସଦର ଥାନା ଏଏସଆଇ ଆକ୍ରମଣ ଘଟଣାକୁ ଘୋର ନିନ୍ଦା କରିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଗଣ । ରାଜ୍ୟ ସରକାର ପୋଲିସ ପ୍ରଶାସନକୁ ୫ଟିରେ ସାମିଲ କରିଛନ୍ତି । ସାଧାରଣ ଲୋକେ ଥାନାକୁ ଗଲେ ଭଲ ବ୍ୟବହାର ସହ ବସିବା ସହ ପାନୀୟଜଳ ବ୍ୟବସ୍ଥା କରିବାକୁ ଥାନାମାନଙ୍କୁ ସରକାରୀ ଆଦେଶ ଦିଆ ଯାଇଥିଲା । ଆମ ପୋଲିସ ସମିତି ଭଳି ମାସିକ ବୈଠକ କରି ସାଧାରଣ ଲୋକଙ୍କ ସହ ଅଧିକରୁ ଯୋଡି ହେବା ସହ ନିକଟତର ହେବା ପାଇଁ ଥାନାମାନଙ୍କୁ ନିର୍ଦ୍ଦେଶ ଅଛି । ହେଲେ ଏ ସବୁ ସତେ ଯେମିତି ବଲାଙ୍ଗିର ଜିଲ୍ଲାରେ ଓଲଟା ରୂପ ନେଇଛି । ସାଧାରଣ ଲୋକଙ୍କ କଥା ତ ଛାଡନ୍ତୁ ଖୋଦ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରୁଛି । ତେବେ ଏ ଜିଲ୍ଲାରେ ସାଧାରଣ ଜନତା କିଭଳି ବ୍ୟବହାର ପାଉଥିବେ ଏହା ନିଶ୍ଚିତ ଅନୁଧ୍ୟାନର ବିଷୟ । ଯୋଉ ସାମ୍ବାଦିକମାନେ ସମାଜର ଦର୍ପଣ ତାଙ୍କୁ ଆକ୍ରମଣ ନିଶ୍ଚିତ ନିନ୍ଦନୀୟ । ତେଣୁ ଯେଉଁ ପୋଲିସ ଏଏସଆଇ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସାମ୍ବାଦିକମାନେ ଏହି ଘଟଣାକୁ ନିନ୍ଦା କରିବାସହ ତୁରନ୍ତ ଏସପି ମହୋଦୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି । ଏହି ବୈଠକରେ ସାମ୍ବାଦିକ ଦୀପକ ଯାଦବ, ରଶ୍ମିରଞ୍ଜନ ପୁଟେଲ, ହୁଲେଶ୍ୱର ହଂସ, ଅଶୋକ ଭୋଇ, ଅନିଲ କୁମାର ତ୍ରିପାଠୀ, ଦିନେଶ ଜୈନ, ନିତ୍ୟାନନ୍ଦ ପୃଷେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.