ଯୁବକଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡାରେ ରହୁଥିବା ସୋମ ଜୈନଙ୍କୁ ଗତକାଲି ଆକ୍ରମଣ ହୋଇଥିବା ଥାନାରେ ଏତଲା ହୋଇଛି । ଅଭିଯୋଗ ଅନୁସାରେ ସୋମ କ୍ଷୀର କିଣିବାକୁ ବୁଲେଟ୍‌ (ଓଡି୦୩ପି୯୬୫୨) ରେ ଯାଉଥିବା ବେଳେ କଲେଜ ଛକ ନିକଟରେ କନ୍ଧପାଲିପଡାର ଲିପୁନ ନାଗ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିବା ସହ ମୋବାଇଲ ଛଡାଇ ନେଇ ମାରପିଟ୍‌ କରିଥିଲା । ଲୁହାରଡ୍‌ରେ ମାରିବା ଫଳରେ ବୁଲେଟ ଭାଙ୍ଗି ଚୂରମାର ହୋଇଯାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.