ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜେଲ ଗଲେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଟିଟିଲାଗଡ଼ ପୋଲିସ କଣ୍ଟାବାଞ୍ଜି ସହକାରୀ ଯନ୍ତ୍ରୀ ଜଗନ୍ନାଥ ପତି ଓ ମୁରିବାହାଲ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ପ୍ରଥମେ କୋର୍ଟ ଚାଲାଣ କରିଥିଲା । ସେଠାରେ ବେଲ୍‌ ନାମଞ୍ଜୁର ହେବା ଯୋଗୁଁ ଟିଟିଲାଗଡ଼ ଉପକାରାଗାରକୁ ପଠାଇଦିଆଯାଇଥିବା ଖବର ମିଳିଛି । ସାମ୍ବାଦିକଙ୍କ ସୁରକ୍ଷା ଓ ଏହିଭଳି ଅମାନୁଷିକ ଆକ୍ରମଣ ଘଟଣା ଭିଆଇଥିବା ଦୁଇ ଜଣ ଚାକିରିରୁ ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ଆଉ ତିନି ଜଣ ଅଧିକାରୀଙ୍କୁ ଗିରଫ କରିବାକୁ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପରିଡା ଓ ଟିଟିଲାଗଡ଼ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପୁରୋହିତ ଦାବି କରିଛନ୍ତି ।

Leave A Reply

Your email address will not be published.