om academy

ସଲଡିହି ଗାଁରେ ହାତୀ ଆକ୍ରମଣରେ ୩ ମୃତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ସୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରିଦେଲେ । ତେବେ ଏହି ଅଭାବନୀୟ ଘଟଣାଟି ଝାରବନ୍ଧ ବ୍ଲକ ସଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡୁଆଲ ଅଞ୍ଚଲରୁ ଆସିଥିବା ସୁଚନା ରହିଛି । ସଲଡିହି ଗାଁର ବିପିନ ବରିହାଙ୍କ ୩୦ ବର୍ଷୀୟ ସ୍ତ୍ରୀ ବନ ବରିହା, ୩ ବର୍ଷୀୟ ପୁଅ ଆଦିତ୍ୟ ବରିହା ଓ ୧୦ ବର୍ଷୀୟ ଝିଅଙ୍କୁ ହାତୀପଲ ଦଳି ମାରିଦେଇଥିବା ସୁଚନା ରହିଛି । ତେବେ ବନବିଭାଗ କର୍ମଚାରୀଙ୍କ ୩ଟିମ୍ ଗଠନ କରାଯାଇ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀ ଘୋଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.