ଭାଲୁ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବିଣାଝରୀ ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଛି । ଆକ୍ରମଣରେ ଗ୍ରାମର ଚୈତନ୍ୟ ନାଏକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଚୈତନ୍ୟ ଭୋର ୪ଟା ସମୟରେ ଟିକରାପଡା ସାହିରୁ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଫଳରେ ଭାଲୁ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.