oom

ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରେ ବିଶ୍ଵ ରେଡିଓ ଦିବସ ଅବସରରେ ଆକାଶବାଣୀ ଶ୍ରୋତା ସଂଘ, ବରଗଡ଼ର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି । କୃଷ୍ନଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ତଥା ଗୋପୀନାଥ ଦଣ୍ଡସେନାଙ୍କ ସଂଯୋଜନାରେ ଉକ୍ତ ସଭାରେ ଆକାଶବାଣୀ ମୁଖ୍ୟ ମନୋଜ ପୂଜାରୀ, ମୁଖ୍ୟ ଅତିଥି, ପ୍ରସାରଣ ଅଧିକାରୀ କୈବର୍ତ୍ତ ସାହୁ, ସମ୍ମାନୀତ ଅତିଥି, ତପସ୍ଵିନୀ ଗୁରୁ ସମ୍ମାନୀତ ଅତିଥି ତଥା ଅବସରପ୍ରାପ୍ତ ଉଦ୍‌ଘୋଷକ କୃଷ୍ଣ ଚନ୍ଦ୍ର କନ୍ଧେର, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କୋଶଳ ଜନନୀ ଦେବୀଙ୍କଠାରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍ବାଗତ ସଂଗୀତ ଗାନ କରିଥିଲେ ଜଗନ୍ନାଥ ରାଉତ । ସ୍ବର୍ଗତ ଲତା ମଙ୍ଗେସକର, ନାଟ୍ୟକାର ହରିହର ମିଶ୍ର, ଶ୍ରୋତା ପ୍ରମୋଦ ସାହୁ ଓ ନାଟ୍ୟକାର ମଙ୍ଗଳୁ ଚରଣ ବିଶ୍ଵାଳଙ୍କ ସ୍ମୃତିରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଇ ଅବସରରେ ବରିଷ୍ଠ ଶ୍ରୋତା ରତନ କୁମାର ଶର୍ମାଙ୍କୁ ବିଷ୍ଣୁ ସାହୁ ଶ୍ରେଷ୍ଠ ଶ୍ରୋତା ସମ୍ମାନରେ ସମ୍ବର୍ଦ୍ଧିତ କରାଗଲା । ବିଭିନ୍ନ ଜିଲ୍ଲାରୁ ୭୦ରୁ ଅଧିକା ଶ୍ରୋତା ଅଂଶ ଗ୍ରହଣ କରି ଆକାଶବାଣୀ ଊପରେ ମତାମତ ଦେଇଥିଲେ । ଆକାଶବାଣୀଠାରୁ ଆସିଥିବା ଉପସ୍ଥାପିକା ସଙ୍ଗୀତା ସାହୁ ଓ ପୁଷ୍ପାଞ୍ଜଳି ଦାଶ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆକାଶବାଣୀ ଘରେ ଘରେ ପହଞ୍ଚୁ ଏଭଳି ମନ୍ତବ୍ୟ ସମସ୍ତ ଅତିଥି ପ୍ରଦାନ କରିଥିଲେ । ଏଇ କାର୍ଯ୍ୟକ୍ରମକୁ ସୁଦାମ ସାହୁ, ଜଗନ୍ନାଥ ସାହୁ, ଅଶୋକ ସାହୁ, ରାଜୀବ ପ୍ରସାଦ ଭୋଇ, ଛାୟକାନ୍ତ ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କନ୍ଦର୍ପ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.