ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠ କନ୍ୟା ଅନିତା ପ୍ରଧାନଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ କନିଷ୍ଠ କନ୍ୟା ଅନିତା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା । ଜଣେ ମେଧାବୀ ଛାତ୍ରୀ ଭାବରେ ସେ ଜଣାଶୁଣା ଥିଲେ । ସେ ତାଙ୍କ ବାପା ପୁରୁଷୋତ୍ତମ ପ୍ରଧାନ, ମା’ ଏବଂ ଭଉଣୀ ଦୁଇଟିଙ୍କୁ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି । କୁମାରୀ ଅନତା ପ୍ରଧାନଙ୍କ ଖାଦ୍ୟନଳୀରେ ସମସ୍ୟା ରହିଥିବାରୁ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସମଲେଶ୍ଵରୀ ନର୍ସିଂହୋମ ସମ୍ବଲପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ସମଲେଶ୍ଵରୀ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟି ଯାଇଛି । ତାଙ୍କର ମର ଶରୀର ପାଇକମାଲ ସ୍ଥିତ ଜଜ୍‌ଗଡ ବାସଭବନରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଥିଲା । ଅନ୍ତିମ ସଂତ୍କାର ସମୟରେ ପାଇକମାଲ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶବ ସତ୍କାରରେ ସାମିଲ ହୋଇଥିଲେ । ତାଙ୍କର ବାପା ପୁରୁଷୋତ୍ତମ ପ୍ରଧାନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.