oom

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ : ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ । ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ ପୋଲର ସୁରକ୍ଷା ବାଡ଼ାରେ ପିଟି ହୋଇ ତଳକୁ ଖସିପଡ଼ିଥିଲା ପିକଅପ୍ । ତେବେ ପିକଅପ ଭ୍ୟାନରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ମଣ୍ଡି ଏସ୍‌ପି କହିଛନ୍ତି ଗାଡ଼ି ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ତିନି ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ନାଁ ସୁଖବିନ୍ଦର, ଉମେଶ ଏବଂ ସାଗର । ଏହି ତିନି ଜଣ ପଞ୍ଜାବର ଭିନ୍ନ ଭିନ୍ନ ସ୍ଥାନର । ଯେତେବେଳେକ ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଘଟଣାକୁ ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍‌ଖୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.