ତରଭା, (କେପିଏନ୍ଏସ୍) : ଚଳିତ ଶିକ୍ଷା ବର୍ଷ (୨୦୨୫ -୨୬) ରେ ଏକାଦଶ କଳାରେ (Arts ହ୍ୟାୁମନିଟିସ) ଖାଲି ଥିବା ୨୧ ଟି ସ୍ଥାନ ପାଇଁ ସୋନପୁର ଜିଲ୍ଲାର ଦଶମ (ମାଟ୍ରିକ) ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଅଫ୍ ଲାଇନ ଏବଂ ଅନ୍ ଲାଇନ ଆବେଦନ କରି ପାରିବେ । ଇଛୁକ ପ୍ରାର୍ଥୀମାନେ ଆବେଦନ କରି ନାମ ଲେଖାଇବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ଚଳିତ ମାସ ୧୦ ତାରିଖ ମଧ୍ୟରେ ଯୋଗାଯୋଗ କରି ବିଦ୍ୟାଳୟରେ ଉଭୟ ଅଫ୍ ଲାଇନ ଓ ଅନ ଲାଇନ (ଫର୍ମ) ମାଧ୍ୟମରେ ଆବେଦନ କରି ପାରିବେ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ନିଶିକାନ୍ତ ସାମ କୁୱରଙ୍କଠାରୁ ପ୍ରକାଶ କରାଯାଇଛି । ଏହି ମାଧ୍ୟମରେ ସୋନପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ଆସି ଯୁକ୍ତଦୁଇର ଦୁଇ ବର୍ଷ ପାଠ୍ୟକ୍ରମରେ ସାମିଲ ହୋଇ ଏହାର ସୁଯୋଗ ନେଇପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ସାମ କୁୱର ଜଣାଇଛନ୍ତି ।
