ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଷୁଣ୍ଡ ପଂଚାୟତ ହରଭଙ୍ଗା ଖେଳ ପଡିଆରେ ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ କୁଶଙ୍ଗ ଓ ଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇ କୁଶଙ୍ଗ ଦଳ ଟ୍ରାଇବ୍ରେକର ଜରିଆରେ ବିଜୟୀ ହୋଇଥିଲା । ଉକ୍ତ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ସତ୍ୟ ବୁଡେକ ଯୋଗଦେଇ ଖେଳ ଉଦ୍‌ଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ସାଲେଭଟା- ଫାଣ୍ଡି ଅଧିକାରୀ ଭରତ ସାହୁ, ସମିତି ସଭ୍ୟ ପବିତ୍ରମୋହନ ପଧାନ, ପୂର୍ବ ବ୍ଲକ କୃଷି ଅଧିକାରୀ ଶଶିଭୂଷଣ ସେନାପତି, କ୍ୟାପଟେନ୍ ସୁରେନ ସାହୁ, ପୂର୍ବ ସିଆର୍‌ସିସି ଅମର ସାହୁ, କୁଟାସିଂହା ପୂର୍ବ ସରପଂଚ ଗୋବର୍ଦ୍ଧନ ସାହୁ, ଦୁର୍ବାସା ସା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରୁଦ୍ରଦେବ ସାହୁ, ବିଜୟ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କରୁଣା ପଧାନ, ଗୋପାଳ ପଧାନ, ବଲ୍ଲଭ ମଲ୍ଲିକ, ଦାମୋଦର ପଧାନ ଖେଳ ପରିଚାଳନା କରିଥିଲେ । ହରଭଙ୍ଗା ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏନ୍‌ଆର୍‌ଇଜିଏସ୍‌ ସଂଘର ମୁଖ୍ୟ ସୁଧାଂଶୁ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.