କଟକ : ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ-୨୦୨୫ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷା । ପ୍ରଥମ ଦିନ ଓଡ଼ିଆ ମାତୃଭାଷା ବିଷୟରୁ ପରୀକ୍ଷା ଆରମ୍ଭ । ରେଗୁଲାର୍ ଓ ଏକ୍ସରେଗୁଲାର୍ ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ସମୟ ରହିଛି । ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବାକୁ ହେବ । କଡ଼ା ଯାଞ୍ଚ୍ ପରେ ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯିବ । ପରୀକ୍ଷାର୍ଥୀମାନଙ୍କୁ ସାଧାରଣ ହାତ ଘଣ୍ଟା ନେବାକୁ ସୁଯୋଗ ରହିଥିଲେ ହେଁ ଡିଜିଟାଲ୍ ତଥା ସ୍ମାର୍ଟ ୱାଚ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହି ପରୀକ୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।