oom

କଣ୍ଟାବାଞ୍ଜିରେ ବିଜେଡି ଫାଳ ଫାଳ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ନେତା ନେତୃତ୍ୱରେ : ଅଜିତ୍ ଯୋଷୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସାରା ରାଜ୍ୟରେ ବର୍ତ୍ତମାନ ବିଜୁ ଜନତା ଦଳ ନେତାଙ୍କ ଗୋଷ୍ଠୀକନ୍ଦଳ ଦେଖା ଦେଉଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ଚାଳିଥିବା ବିଜୁ ଜନତା ଦଳ ଗୋଷ୍ଠୀକନ୍ଦଳ ଜଳ ଜଳ ଦେଖାଯାଉଛି । କାହିଁକି ନା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସଂପାଦକ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ସଂଘର ସଭାପତି ଅଜିତ ଯୋଶୀ ଗଣମାଧ୍ୟମ ସମ୍ମୁଖୀନରେ ବିଜୁ ଜନତା ନେତୃତ୍ୱ ମଣ୍ଡଳି ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆମେ ଜନତା ଦଳ ସମୟରୁ ଦଳ ସହିତ ଜଡିତ ଦୀର୍ଘ ବର୍ଷ ଧରି ଦଳ ବିଭିନ୍ନ ଦାୟିତ୍ୱ ଆମକୁ ଦେଇ ବି ଆମେ ତାହା ସୁରୁଖୁରୁରେ ପାଳନ କରୁଛି । କାହିଁକି ନା ଆମେ ନବୀନ ପଟ୍ଟନାୟକଙ୍କ ଲୋକ ତାଙ୍କ ଆଦର୍ଶ ରେ ଆମେ ଦଳରେ ରହିଛୁ । ଗତ ବିଧାନସଭା ନିର୍ବାଚନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ କିନ୍ତୁ ଏହି ବିଜୁ ଜନତା ଦଳ ନେତା ମାନେ ଷଡଯନ୍ତ୍ର କରି ତାଙ୍କୁ ପରାସ୍ତ କରିଛନ୍ତି । ହେଲେ ନବୀନ ପଟ୍ଟନାୟକ ପରାସ୍ତ ହେଲା ପରେ ମଧ୍ୟ ଆଜି ଯାଏ କାହିଁକି ସେ ପରାସ୍ତ ହେଳେ ଏବଂ ଏଥି ପାଇଁ ଦାୟୀ କିଏ ବୋଲି ବିଜୁ ଜନତା ଦଳ ସଂଗଠନ ନେତୃତ୍ୱ ମଣ୍ଡଳି ସମୀକ୍ଷା ନ କରି ପାଲଟା ସେମାନଙ୍କୁ ଦଳ ଦାଇତ୍ୱ ଥିବା କେତେ ଦୂର ଯୁକ୍ତିଯୁକ୍ତ ହେ ବୋଲି ପ୍ରଶ୍ନ କରିଛନ୍ତି । ମୁଁ ଗଣମାଧ୍ୟମ ଜରିଆରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳ ପକ୍ଷରୁ ଜଣେ ନେତା ଙ୍କୁ ସଂଯୋଜକ ଦାୟିତ୍ୱ ଦିଅନ୍ତୁ ତାଙ୍କ ନେତୃତ୍ୱରେ ରହି ଆମେ କାମ କରିବୁ ନଚେତ ଆଗାମୀ ଦିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳ ଅସ୍ତିତ୍ୱ ରହିବ ନାହିଁ ବୋଲି ଅଜିତ ଗଣମାଧ୍ୟମକୁ କହିଛନ୍ତି । ଦେଖା ଯାଉ ଆଗାମୀ ଦିନରେ କଣ ହେଉଛି ଓ ଏଥି ପ୍ରତି କିଏ ଧ୍ୟାନ ଦେଉଛି ତାହା ହିଁ ଅପେକ୍ଷା ।

jittmm
Leave A Reply

Your email address will not be published.