om academy

୧୬ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ହରିଣ ଆହାତ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆହାତ ହରିଣକୁ ସ୍ଥାନୀୟ ଯୁବ ସ୍ଵେଛାସେବୀ ବନ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଖବର ନେବାରେ ଜଣା ପଡ଼ିଛି ଯେ, ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ପଟୁ ଏକ ହରିଣ ବଡ଼ବଜାର ଓ ଢ଼ାମଣା ସାହି ରାସ୍ତାଦେଇ ଦୌଡ଼ି ଯାଇ ୧୬ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଗାଡ଼ି ସହ ଧକ୍କା ଖାଇ ୫୦ ଫୁଟ ଦୂରକୁ ଛିଟିକି ପଡି ଆହାତ ହୋଇଥିଲା । ଏହି ଦୁର୍ଘଟଣା ହରିଣର ଶିଂଘ ଓ ଅଣ୍ଟାରେ ଗଭୀର ଆହାତ ହେବା ସହ ରକ୍ତ ସ୍ରାବ ହୋଇଥିଲା । ସ୍ଵେଛାସେବୀ ଜଗଦୀଶ ରାଓ, ବିଶ୍ଵନାଥ ମହାଙ୍କୁଡ, ସାମ୍ବାଦିକ ଉମାକାନ୍ତ ବେହେରା ହରିଣଟିକୁ ଉଦ୍ଧାର କରି ସେବା ଶୁଶ୍ରୁଷା କରିବା ସହ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ, ଗଞ୍ଜାମ ଥାନା ଓ ଭେଟନାରୀ ଅଫିସରଙ୍କୁ ଫୋନ୍ କରିଥିଲେ । ଭେଟନାରୀ ଅଫିସର୍ ବିକାଶ ଚନ୍ଦ୍ର ବେହେରା ସେଠାରେ ପହଞ୍ଚି ହରିଣଟିର ପ୍ରାଥମିକ ଚିକିତ୍ସା କରିଥିଲେ । ଗଞ୍ଜାମ ଥାନା ଏସ୍‌ଆଇ ଅଜିତ ପରିଡ଼ାଙ୍କ ଉପସ୍ଥିତିରେ ଫରେଷ୍ଟର ରାଜେଶ୍ୱର୍ ବେହେରା ପହଞ୍ଚି ହରିଣଟିକୁ ଉଦ୍ଧାର କରି ନିଆଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । ବର୍ତ୍ତମାନ ବନ ବିଭାଗ ହେପାଜତରେ ରଖି ଗଡ଼ହମ୍ମାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.