ବରଗଡ, (ମୁନ୍ନା ସାହୁ) : ବରଗଡ଼ ବରାହଗୁଡା କୁର୍ଲା ରାସ୍ତା ରେଳ ପଟ୍ରିରେ ଅଜଣା ବ୍ୟକ୍ତିଙ୍କ ଶବ ଦେଖିବାକୁ ମିଳିଥିଲା । ସୋମବାର ରେଳ ପଟ୍ରି ଠାରେ ଖଣ୍ଡ ବିଖଣ୍ଡିତ ହୋଇଥିବା ଅବସ୍ଥାରେ ଏକ ବ୍ୟକ୍ତିର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ରେଲ ପୋଲିସ ଘଟଣାସ୍ଥଳକୁ ପହଂଚି ଶବ ଉଦ୍ଧାର କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଏହି ବ୍ୟକ୍ତି ଜଣକ କିଏ ଏବଂ ତା ପରିଚୟ କଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ସ୍ଥାନୀୟ ଲୋକେ ସକାଳେ ଏହି ଶବ ଦେଖିବାକୁ ପାଇଥିବା ବେଳେ ଅଞ୍ଚଳବାସୀ ପୋଲିସକୁ ଜଣାଇଥିଲେ ।