ଗାଈଧାର ନଦୀ ଶଯ୍ୟାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ବାନେର ନିକଟ ଗାଈଧାର ନଦୀ ଶଯ୍ୟାଋ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ଜୟପାଟଣା ପୋଲିସ ଦ୍ୱାରା ତଦନ୍ତ ଜାରି ରହିଥିବା ସୂଚନା ମିଳୁଛି । ସୂଚନାରୁ ପ୍ରକାଶ ଯେ, ଆଜି ଦିନ ଦଶଟା ବେଳେ କିଛି ବ୍ୟକ୍ତି ବାନେର ନିକଟ ଗାଈଧାର ନଦୀ ଶଯ୍ୟାରେ ଜଣେ ବ୍ୟକ୍ତିଙ୍କ ଶବ ପାଣିରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହିତ ଜୟପାଟଣା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଉଦ୍ଧାର କରିବା ସହିତ ପୋଲିସକୁ ହସ୍ତାନ୍ତର କରିଥଲେ । ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥଲେ ମଧ୍ୟ ମୃତବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.