om academy

ସୁନାମଧନ୍ୟ ସାହିତ୍ୟିକ ଡ.ଅଜାମ୍ବର ମଲ୍ଲ ଚାଲିଗଲେ

jsm

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ସଂକ୍ରମଣ ଯେମିତି ବଢ଼ୁଛି, କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ସେମିତି ବଢ଼ି ବଢ଼ି ଚାଲିଛି । ଅନେକ ସୁନାମଧନ୍ୟ ସ୍ରଷ୍ଟା ପୁରୁଷଙ୍କୁ ନେଇ ସାରିଲାଣି କରୋନା ମହାମାରୀ । ଏମିତି ବେଳେ ପୁଣି ଏକ ଦୁଃଖଦ ଖବର ଟିଟିଲାଗଡ଼ ଅଂଚଳକୁ ସ୍ତବ୍ଧ କରି ଦେଇଛି । ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ରିଡ଼ର୍‌ ତଥା ପ୍ରଚଣ୍ଡ ସ୍ୱାଭିମାନୀ ସାହିତ୍ୟିକ, ସୁବକ୍ତା, ସ୍ତମ୍ଭ ଲେଖକ ଡ.ଅଜାମ୍ବର ମଲ୍ଲଙ୍କ ଆଜି ସକାଳୁ ବଲାଙ୍ଗିର କିମ୍‌ସ୍‌ କୋଭିଡ କେୟାର ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ତଳେ ସେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.