ଡାଙ୍ଗବାହାଲ ଗାଁରେ ନିଆରା ଢଙ୍ଗରେ ୭୬ତମ ସ୍ଵାଧୀନତା ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

  • ଛାତ୍ରଛାତ୍ରୀଙ୍କ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଲା ମଞ୍ଚ

ପାଟଣାଗଡ଼, (କେପିଏନ୍‌ଏସ୍‌) : ରାଜ୍ୟ ତଥା ସାରା ଦେଶରେ ୭୫ ବର୍ଷ ପୂର୍ତ୍ତି ଅବସର ଆଜାଦୀ କା ଅମୃତ ମହୋତ୍ସବ ଓ ୭୬ତମ ସ୍ଵାଧୀନତା ଦିବସକୁ ମହାଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼ ବ୍ଲକ ଡାଙ୍ଗବାହାଲ ଗ୍ରାମଠାରେ ଡାଙ୍ଗବାହାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୭୬ତମ ସ୍ଵାଧୀନତା ଦିବସ ତଥା ଆଜାଦୀ କା ଅମୃତ ମହୋତ୍ସବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ସରପଞ୍ଚ ରୀନା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଡାଙ୍ଗବାହାଲ ଗ୍ରାମର ସମସ୍ତେ ତଥା ଆବାଳ ବୃଦ୍ଧ ବନୀତା ସମସ୍ତେ ସହଯୋଯୋଗ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟଠାରେ ପ୍ରଥମେ ସରପଞ୍ଚ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସଂଗୀତ ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷଣ ହୋଇଥିଲା । ପରେ ଏକ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା ଯୋଗଦେଇ ପୁରସ୍କାର ବଣ୍ଟନ କରିବା ସହ ସ୍ଵାଧୀନତା ଦିବସ ଉପରେ ଅଭିଭାଷଣ ରଖି ଦେଶ ମାତୃକାର ସେବା ମନୋବଳ ଜାଗ୍ରତ ହେବା ଛାତ୍ରଛାତ୍ରୀମାନଙ୍କ ପାଖରେ ଲୁକ୍କାୟିତ ହୋଇ ରହିଥିବା ଜ୍ଞାନ ପରିପ୍ରକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଗ୍ରାମାଞ୍ଚଳମାନଙ୍କରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ରହିଥିବା କଳା ଲୁକ୍କାୟିତ ଭାବେ ରହିଛି ତେଣୁ ଛାତ୍ରଛାତ୍ରୀ ମାନଙ୍କ ଦଳଗତ ଭାବେ ପ୍ରଦର୍ଶିତ ନୃତ୍ୟକୁ ଭୂୟସି ପ୍ରଶଂସା କରିବା ସହ ଭଲ ପାଠ ପଢିବାକୁ ପରାମର୍ଶ ଦେଇଥିଲେ । ଆଜାଜୀ କା ଅମୃତ ମହୋତ୍ସବରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତିଭା ଦେଖାଇ ନିଜ ଅଞ୍ଚଳର ନା ରଖି ଗୌରବ ଅର୍ଜନ କରିପାରିବେ, ଛୋଟ ସମୟରୁ ରାଷ୍ଟ୍ର ଭକ୍ତ ଓ ଦେଶ ମାତୃକାର ସେବା ମନୋବଳ ଛାତ୍ର ଛାତ୍ରୀ ମାନଙ୍କ ହୃଦୟରେ ଜାତ ହେବ ବୋଲି ବିଦ୍ୟାଳୟର ସହକାରୀ ଶିକ୍ଷକ ଗଣେଶ ମହାପାତ୍ର କହିଛନ୍ତି । ଉପସ୍ଥିତ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ଦେଇଥିବା ଶିକ୍ଷକ ଶ୍ରୀ ମହାପାତ୍ରଙ୍କ ବିଭିନ୍ନ ମହଲରୁ ବେଶ ପ୍ରଶଂସା କରାଯାଇଛି । ଏଥିରେ ବିବେକ ବାରିକ, ଗଙ୍ଗାଧର ସାହୁ, ପ୍ରଧାନ ଶିକ୍ଷକ ଫକୀର ମୋହନ ଦାଶ, ଲକ୍ଷପତି ସେଠ, ଅଙ୍ଗନୱାଡି କର୍ମୀ ଯଜ୍ଞସେନୀ ପାଣିଗ୍ରାହୀ, ଡାକ୍ତର ଭୋଇଙ୍କ ସମେତ ଏସ୍‌ଏଚ୍‌ଜି ମହିଳାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.