centurian jitm

୧୦ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ସାପ ଧରିବାରେ ଚର୍ଚ୍ଚାରେ ରହି ଆସୁଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବିକି ଜି ନାଗ । ହଜାର ହଜାର ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡି ଦେଇଛନ୍ତି ତେବେ ଆଜି ବ୍ଳକର ଭନ୍ଦ୍ରା ପଞ୍ଚାୟତ ଖାସବାହାଲ ଗ୍ରାମର ସ୍ଥାନୀୟ ଚର୍ଚ୍ଚ ନିକଟରେ ଥିବା ଏକ କୂଅରେ ଅଜଗର ସାପ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସାପଧରାଲି ବିକି ଜି ନାଗଙ୍କୁ ଖବର ଦେବା ପରେ ଉକ୍ତ ସ୍ଥାନରେ ପହଞ୍ଚି ଯାଇଥିଲେ ହେଲେ ଅଜଗର ସାପଟି କୂଅ ଭିତରକୁ ପଶି ଯାଇଥିଲା ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ।

Leave A Reply

Your email address will not be published.