ନୀଳଗିରି : ଗାଁ ଭିତରକୁ ପଶିଲା ବିରାଟ ଅଜଗର । ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ନୀଳଗିରି ସହର ଉପଖଣ୍ଡ ସାନହତା ଗାଁରେ ଆଜି ଦିନ ୧୧ ଟା ସମୟରେ କିଛି ଗୋରୁ ଗାଈ ଭୟରେ ଦୌଡ଼ୁ ଥିବା ଦେଖିବାକୁ ଗ୍ରାମବାସୀ ପାଇଥିଲେ । ପାଖରେ ଏକ ବିରାଟ ଅଜଗର ସାପଟି ସୁରେନ୍ଦ୍ର ନାୟକଙ୍କ ବାଡିକୁ ପଶି ଯାଇଥିଲା । ଗ୍ରାମବାସୀଙ୍କ ଭୟଭୀତ ହେବାର ଦେଖି ସେହି ଅଞ୍ଚଳର ଖଗେଶ୍ୱର ବେହେରା ନାମକ ଯୁବକ ଅତି ସତର୍କତାର ସହ ସାପ ଟିକୁ ଧରି ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ସାପଟି ଉଦ୍ଧାର କରି କୁଳଡିହା ଅଭୟାରଣ୍ୟରେ ଛାଡି ଦେଇଛନ୍ତି ।
Next Post