oom

ପାର୍ବତୀଗିରି ବାଳ ନିକେତନ ପଥରଚେପାଠାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରଣୀ ଅନୁଯାୟୀ ପାର୍ବତୀଗିରି ବାଳ ନିକେତନ, ପଥରଚେପାଠାରେ ଅନ୍ତେବାସୀଙ୍କ ଦ୍ଵାରା ଗତ ତା୧୫/୦୮/୨୦୨୨ରୁ ୦୨/୧୦/୨୦୨୨ ପର୍ଯ୍ୟନ୍ତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵାଧୀନତା ଦିବସ, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ, କୌତୁକ ପୋଷାକ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା, ୱାଲ ପେଣ୍ଟିଂ, କେରିୟର କାଉନ୍‌ସିଲିଙ୍ଗ, ଗୁରୁ ଦିବସ, ଶିଶୁମାନଙ୍କର ବ୍ୟାଙ୍କ, ପୋଷ୍ଟ ଅଫିସ, ଥାନା ପରିଦର୍ଶନ, ଗାନ୍ଧୀ ଜୟନ୍ତୀ ଆଦି ପାଳିତ ହୋଇଯାଇଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଡ଼ି.ସି.ପି.ଓ ସନ୍ଥଲାଳ ଦୀପ, ମ୍ୟୁନିସିପାଲଟି ଚେୟାରମ୍ୟାନ ଲିକା ସାହୁ, ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ୟୁନିଟ ସୁରକ୍ଷା ଅଧିକାରୀ ଚୁଡାମଣି ପଣ୍ଡା, ଅରୁଣ ଖୁଆସ, ଜେନେରାଲ ମେନେଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରଶ୍ମିରଞ୍ଜନ ସାଇ, ନିଜାରତ ଅଫିସର ଗୁରେଶ୍ଵର ଭୋଇ, ଡକ୍ଟର ପ୍ରକାଶ ଦାଶ, ଶିକ୍ଷକ ଆଦର୍ଶ ବିଦ୍ୟାଳୟ, ବଲାଙ୍ଗିର, ପୃଥ୍ୱୀରାଜ ସାହୁ, ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲି ଜଗନ୍ନାଥ ସାହୁ, ପଥରଚେପା ପ୍ରାଥମିକ ବିଦ୍ୟାଳୟର ବନବିହାରୀ ସେଠ, ସଦର ଥାନା ବଲାଙ୍ଗିର ଅତିରିକ୍ତ ଭାରପ୍ରାପ୍ତ ଅଧିକାରିଣୀ ଭାରତୀ ନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଯୁଗେଶ୍ଵର ମହାନ୍ତି, ମେମ୍ବର ବିରଞ୍ଚି ବହିଦାର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ବତୀଗିରି ବାଳ ନିକେତନ, ପଥରଚେପା ପରିଚାଳନା ସମିତିର ସଭାପତି ଶାନ୍ତିଲତା ବହିଦାର, ସମ୍ପାଦିକା ସଂସ୍କୃତି ପଟ୍ଟନାୟକ, ନନ୍ଦିତା ଅଗ୍ରୱାଲ, ବବିତା ଅଗ୍ରୱାଲ, ସୁଧୀର ବେହେରା, ଝରଣା ସାମଲ, ରେଖା ଅଗ୍ରୱାଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ପାର୍ବତୀଗିରି ବାଳ ନିକେତନ, ପଥରଚେପାର କର୍ମଚାରୀ ଆଶୀଷ ଖମାରି, ଇପସିତା ପୁରୋହିତ, ପଲ୍ଲିଶ୍ରୀ ଦାଶ, ପ୍ରଦ୍ୟୁମ୍ନ ସାହୁ, ଅତୁଲ କୁମାର ଭୋଇ, ଚନ୍ଦ୍ରମା ଭୁଏ, କୌଶଲ୍ୟା ବାରିକ, ହେମାଙ୍ଗିନୀ ପୁଟା, ସର୍ଜନ ସାହୁ, ଅଲି ପଧାନ, ଦଶରଥ ଦାସ, ଆଶୁତୋଷ ଭୋଇ ସକ୍ରିୟ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସହ ସମସ୍ତ ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.