oom

ଛତ୍ରପୁରରେ ଏୟାରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ଶାଖା ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଭୋକ୍ତାଙ୍କୁ ସୁବିଧାରେ ଇଣ୍ଟରନେଟ୍‌ ଯୋଗାଇଦେବା ନିମନ୍ତେ ଏକ୍ସ-ଏୟାରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ଶାଖା ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବିଜେଡି ବରିଷ୍ଠ ଯୁବନେତା ତଥା ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏୟାରଟେଲ୍ ବିଜିନେସ ଏମ୍.ଡ଼ି. ରାଜେଶ କୁମାର ଦାଶ, ଇଂ.ପ୍ରଦୀପ କୁମାର ଦଳେଇ (ପ୍ଲାନିଂ), ଆଶିଷ କୁମାର ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ପ୍ରକଳ୍ପର ଉତ୍ତୋରତର ଉନ୍ନତି କାମନା କରିଥିଲେ । ମହାବୀର ଡିଜିଟାଲ ଭିଜନ ପକ୍ଷରୁ ଜି.ରାଙ୍ଗାରାଓ ଏବଂ ଗାୟତ୍ରୀ ଡିଜିଟାଲ ଭିଜନ ପକ୍ଷରୁ ରାମଚନ୍ଦ୍ର ବେହେରା ଏହି ଏୟାରଟେଲ୍ ଇଣ୍ଟର୍‌ନେଟ ଯୋଗାଣ ସଂସ୍ଥା ପରିଚାଳନା ହେଉଥିବା ବେଳେ ଏହି ସଂସ୍ଥାର ଆନୁଷ୍ଠାନିକ ଉଦ୍‌ଘାଟନୀରେ କୃଷ୍ଣଚନ୍ଦ୍ର ଚୌଧୁରୀ, ଜି.ମୋହନ ରେଡ୍ଡୀ, ଛତ୍ରପୁର ବିଧାୟକଙ୍କ ପ୍ରତିନିଧି ଉମା ରେଡ୍ଡୀ ଓ ବି.ଶ୍ରୀନିବାସ ରାଓ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ସଦରମହକୁମା ଛତ୍ରପୁର ସହର ଓ ସହରତଳି ଅଞ୍ଚଳ ଯଥା-ପାଲିଆ ଛତ୍ରପୁର, ବାଟ-ଛତ୍ରପୁର, ତରେଇପାଟପୁର, ବାସନାପଲ୍ଲୀ, ବାଲିବଗଡ଼, ସାହେବଜେନାପଲ୍ଲୀ, କୁମାରବେଗପଲ୍ଲୀ, ହୁମର, ପୋଡାପଦର ଆଦି ଅଞ୍ଚଳକୁ ଏହି ଏୟାରଟେଲ୍ ଷ୍ଟ୍ରୀମ୍ ଫାଇବେର୍ ମାଧ୍ୟମରେ ସୁପରଫାଷ୍ଟ ଇଣ୍ଟରନେଟ ଯୋଗାଇଦେବ ଯାହା ଫଳରେ ବିଦ୍ୟାର୍ଥୀଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ପାଠ୍ୟକ୍ରମ ଆଦି ସୁବିଧାରେ ଉପଲବ୍ଧି ହୋଇପାରିବ ବୋଲି ଉଦ୍ୟକ୍ତା ଗଣମାଧ୍ୟମ ଆଗରେ ସୂଚାଇଛନ୍ତି ।

jittmm
Leave A Reply

Your email address will not be published.