jayashree

ନାବାଳକ ଗୁଣନିଧି ବାଗଙ୍କୁ ନ୍ୟାୟ ଦାବୀରେ ଏଆଇଡିଏସ୍‌ଓ ଓ ଏଆଇଡିୱାଇଓ ପକ୍ଷରୁ ଏସ୍‌.ପି. ଅଫିସ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାଳକ ଗୁଣନିଧି ବାଗଙ୍କୁ ନ୍ୟାୟ ଦାବୀରେ ଏଆଇଡ଼ିଏସ୍‌ଓ ଓ ଏଆଇଡ଼ିୱାଇଓ ଛାତ୍ର ସଂଗଠନ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୁହାଯାଇଛି ଯେ, ଦେଶର ଶାସକ ଶ୍ରେଣୀଙ୍କ ପକ୍ଷରୁ ଦେଶ ବିକାଶ ଓ ଅମୃତରେ ଭାସୁଛି ବୋଲି ଚିତ୍କାର କରି ପ୍ରଚାର ଚାଲିଛି । ବାସ୍ତବତା କିନ୍ତୁ ଓଲଟା, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ମଣିଷ ଉପରେ ମଣିଷର ଘୃଣା, ଅତ୍ୟା·ର କମିବାର ନାଁ ଧରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ୧୭ ତାରିଖରେ ମୁରିବାହାଲ ବ୍ଲକ ଖଲିଆପାଲି ଗ୍ରାମରେ ନାବାଳିକ ଗୁଣନିଧି ବାଗଙ୍କୁ ଅତ୍ୟନ୍ତ ନିର୍ମମ ଓ ଅମାନବିକ ଭାବରେ ଅତ୍ୟା·ର କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସର ଚରମ ଅବହେଳା ଓ ତତ୍ପରତାର ଅଭାବ ଯୋଗୁଁ ଜଣେ ନୀରିହ ଛାତ୍ରର ଜୀବନ ଚାଲିଗଲା । ମୃତ ଗୁଣନିଧିଙ୍କର ଫୋନ୍‌ କଲ୍‌କୁ ଗୁରୁତର ସହ ଗ୍ରହଣ କରି ପୋଲିସ କାର୍ଯ୍ୟନୁଷ୍ଠାନ ନେଇଥିଲେ ଘଟଣା ଘଟିନଥାନ୍ତି । ତେଣୁ ଉପଯୁକ୍ତ ତଦନ୍ତ କରି ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ ବୋଲି ଦାବୀ କରାଯାଇଛି । ଆହୁରି ଦାବୀ କରାଯାଇଛି ଯେ, ଘଟଣାରେ ଯେଉଁ ପୋଲିସ ଅଧିକାରୀମାନେ ନିଷ୍କ୍ରିୟତା ପ୍ରକାଶ କରିଛନ୍ତି ତାଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସଂପୃକ୍ତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୁରଣ ସହ ପରିବାରର ଜଣକୁ ଚାକିରି ପ୍ରଦାନ କରାଯାଉ । ଉକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ତତ୍ପରତା ସହ ଗ୍ରହଣ କରାଯାଉ । ସମସସ୍ତ ପ୍ରକାର ଜାତିଗତ ବିଦ୍ୱେଷ, ଘୃଣା, ଅସହିଷ୍ଣୁତା ଓ ଅତ୍ୟାଚାର ଭଳି କଳଙ୍କିତ ପ୍ରଥାକୁ ସମୂଳେ ନାଶ କରି ଭାଇଚାରା, ଶାନ୍ତି, ମୈତ୍ରୀ ସ୍ଥାପନ ପାଇଁ ଉପଯୁକ୍ତ ପଦକ୍ଷେପ ଆଦି ନେବା ଦାବିରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ସୁରେଶ ନାଏକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ସଂଗଠର ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁସୁଦନ ବାଗ, ଯୁବ ସଂଗଠନ ଏଆଇଡିୱାଇଓର ଜିଲ୍ଲା ସଂପାଦକ ତାମସ ବେହେରା, ଅହଲ୍ୟା ସାହୁ, ଗୌରୀ ସାହୁ, ସିଦ୍ଧାନ୍ତ ମହାକୁର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.