centurian jitm

ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳନ -୨୦୨୪

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଆଶା, ଏ.ଏନ୍.ଏମ୍, ଅଙ୍ଗନୱାଡ଼ିର କର୍ମୀମାନଙ୍କୁ ଏଚ୍. ଆଇ.ଭି. ଉପରେ ସଚେତନତା କରାଯାଇଛି । ଏମ୍.ସି.ଏଚ୍ ବିଲଡିଂ ଠାରୁ ଏ.ଏମ୍.ଏନ୍‌.ଟି ଏସ୍ର ଛାତ୍ରୀ, ଆଶା, ଏ.ଏନ୍. ଏମ୍. ଅଙ୍ଗନୱାଡ଼ିର କର୍ମୀ, ହେଲ୍‌ ଷ୍ଟାଫ, ବିଭିନ୍ନ କଲେଜର ଛାତ୍ର ଓ ଲେକଚର, ଏନ୍ ଜି ଓ ର କର୍ମକର୍ତ୍ତା ଏକ ପଦଯାତ୍ରା ଓ ସଚେତନତା ଅଭିଯାନର ଅଟୋ ରିକ୍‌ସାକୁ ସିଡିଏମଓ ଡଃ. ରମେଶ ଚନ୍ଦ୍ର ସାହୁ ଓ ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ଓ ସଚେତନତା ଅଭିଯାନ ସହିତ ପ୍ଲାକାର୍ଡ଼, ସ୍ଲୋଗାନ ମାଧ୍ୟମରେ ନଗର ପରିକ୍ରମା କରି ସିଡିଏମୋପିଏଚ୍ ଅଫିସ୍ ପ୍ରାଙ୍ଗଣରେ ସମାପନ ହୋଇଥିଲା । ଏହି ବିଶ୍ୱ ଏଡ଼ସ୍‌ ଦିବସ ଉପଲକ୍ଷେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଶାସ୍ତ୍ରୀ ନଗର ଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଡଃ. ରମେଶ ଚନ୍ଦ୍ର ସାହୁ ସିଡିଏମ୍ଓ ଶୁଭାରମ୍ଭ କରିଥିଲେ । ଏଠାରେ ବିଭିନ୍ନ ସଂଗଠନର ସେଚ୍ଛାକୃତ ରକ୍ତଦାତା ରକ୍ତ ପ୍ରଦାନ କରିଥିଲେ । ଏହା ପରେ ଏନ୍.ଏଚ୍.ଏମ୍ ସଭା ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡଃ. ସିଧେଶ୍ଵର ମାଝୀ, ଏ.ଡି.ପି.ଏଚ୍ ଓ (ଟିବି), ଲମ୍ବୋଦର ଦୀପ୍ ଚେୟାର ପର୍ସନ ସି.ଡବ୍ଲୁ.ସି, ଓ ଅନ୍ୟ ଲାଇନ ଡିପାର୍ଟମେଟର ଅଫିସରମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏ.ଏନ୍.ଏମ୍.ଟି.ଏସ୍.. ଛାତ୍ରୀମାନେ ପ୍ରାରମ୍ଭିକ ଉଦ୍‌ଘାଟନୀ କବିତା ପାଠ କରିଥିଲେ । ୨୦୩୦ ମଧ୍ୟରେ ଏଚ୍.ଆଇ.ଭିକୁ ସମୂଳେ ଉତ୍ପାଟନ କରିବା ପାଇଁ ସବୁ ସ୍ତରରେ ସଠିକ୍ ମାର୍ଗ ଅନୁସରଣ କରି ସ୍ୱାସ୍ଥ୍ୟଗତ ଅଧିକାରକୁ ପ୍ରାଧାନ୍ୟ ଦେବା ଓ ଅସମାନତାକୁ ଦୂର କରିବା ଓ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ ଅଧିକରୁ ଅଧିକ ସଚେତନତା ଜନ ସାଧାରଣଙ୍କ ମଧ୍ୟରେ ବୃଦ୍ଧି କରାଇବା ଏହାର ମୂଳ ଲକ୍ଷ୍ୟ । ଏହି ସାଧାରଣ ସଭାକୁ ରାଜେନ୍ଦ୍ର ମହାରଣା (ଡି.ପି.ଏମ୍ – ଡାପସୁ) ସୁପରିଚାଳନା କରିଥିଲେ । ଶେଷରେ ଏ.ଏନ୍.ଏମ୍.ଟି.ଏସ୍. ଛାତ୍ରୀମାନେ ଉଦ୍‌ଯାପନୀ କବିତା ପାଠ କରିଥିଲେ । ପରିଶେଷରେ ଏହି ସାଧାରଣ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ରାଜେନ୍ଦ୍ର ମହାରଣା (ଡି.ପି.ଏମ୍ – ଡାପସୁ) ଧନ୍ୟବାଦ ଜ୍ଞାପନ କରି ସଭା ଶେଷ କରିଥିଲେ । ସଂଧ୍ୟା ସମୟରେ ମୁଖ୍ୟ ଡାକ୍ତରଖାନା ଏବଂ ବି.ବି.ଏମ୍‌.ସି.ଏଚ୍‌ ସମ୍ମୁଖରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.