ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଆଶାୟୀ ପ୍ରାର୍ଥୀ ଭାବେ ଥିବା ଜିଲ୍ଲା ସାଧାରଣ ସଂପାଦକ ମୁକେଶ ଜୈନ ଶନିବାର ଦିନ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଆଲୋଡନ ସୃଷ୍ଟି କରିଛି । ମୁକେଶ ଜୈନ ଦୀର୍ଘ କୋଡ଼ିଏ ବର୍ଷ ଧରି ଦଳର ସଙ୍ଗଠନ ମଜ୍ବୁତ୍ କରିବା ପାଇଁ ଉଦ୍ୟମ ଜାରି ରଖିବା ସହ ୨୦୨୪ ପାଇଁ ବିଜେପିର ଆଶାୟୀ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ସେ ବିଜେପିର ଜଣେ ଶୃଙ୍ଖଳିତ ନେତା ଭାବେ ନିଜର ପରିଚୟ ସୃଷ୍ଟି କରି ରାଜନୀତି କ୍ଷେତ୍ରରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ ବ୍ଲକ୍, ସଇଁତଳା ବ୍ଲକ୍ ଓ ଗୁଡ଼ଭେଲା ବ୍ଲକ୍ରେ ନିଜର ସଙ୍ଗଠନକୁ ସୁଦୃଢ଼ କରିଥିଲେ । ଚଳିତ ନିର୍ବଚନରେ ବିଜେଡି ପ୍ରାର୍ଥୀନୀ ମନ୍ତ୍ରୀ ଟୁକୁନି ସାହୁଙ୍କ ବିରୋଧରେ ଲଢେଇ କରିଥାନ୍ତେ ସେଥିପାଇଁ ସେ ପ୍ରସ୍ତୁତ ବୋଲି ସୋସିଆଲ୍ ମିଡିଆରେ ଲେଖିଥିଲେ । ହଠାତ୍ ଓଲଟ ପାଲଟ ହୋଇଗଲା, ଯିଏ ନିଜର ଟିକେଟ୍ ଫାଇନାଲ୍ ବୋଲି ଜଗନ୍ନାଥ ମନ୍ଦିରକୁ ଯାଇ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଲେ ତାଙ୍କୁ ଟିକେଟ୍ ନମିଳିବା ବିଜେପି କର୍ମୀ ବିଶ୍ୱାସ କରି ପାରିନଥିଲେ । ଦୀର୍ଘ ବର୍ଷ ଧରି ଦଳୀୟ ନେତାଙ୍କ ପାଇଁ କାମ କଲେ, ସଙ୍ଗଠନ ସୁଦୃଢ଼ କଲେ, ଶେଷରେ କିଛି ବର୍ଷ ପୂର୍ବେ ଦଳରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଟିକେଟ୍ ମିଳିଲା କିପରି ବୋଲି ମୁକେଶ ଜୈନଙ୍କ ସମର୍ଥକ କହିଲେ । ସମସ୍ତ କର୍ମୀ ଏହା ମୁକେଶ ଜୈନଙ୍କ ପ୍ରତି କୁଠାରଘାତ, ବିଶ୍ୱାସ ଘାତ ସଦୃଶ ବୋଲି କହିବା ପରେ ତାଙ୍କ ସଙ୍ଗଠନରେ ଥିବା କର୍ମୀମାନେ ଏହାର ଉଚିତ୍ ଯବାବ ଦେବୁ ବୋଲି ସ୍ଥିର କଲେ । ଏହାର ଜବାବ୍ ସଦୃଶ ଶନିବାର ଶଙ୍ଖ ଭବନକୁ ଯାଇ ବିଜୁ ଜନତା ଦଳରେ ବିଧି ବଦ୍ଧ ଭାବେ ସାମିଲ ହେଲେ । ତାପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆଁନଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଭେଟିଲେ । ଜଣେ ବିଧାୟକ ବିରୋଧୀ ଦଳର ପ୍ରାର୍ଥୀ ବିଜେଡିରେ ମିଶିବା ଯୋଗୁଁ ବିଜୁ ଜନତା ଦଳ ଆହୁରି ଶକ୍ତିଶାଳୀ ହୋଇଛି, ଏହା ପୁର୍ବରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ଅଞ୍ଚଳର ବିକାଶ ନିମନ୍ତେ ତଥା ପୁରୁଣା ସଂଗଠନ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମୁକେଶ ଜୈନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଟିଟିଲାଗଡରୁ
Next Post