centurian jitm

ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦ୍‌ଯାପିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡାଠାରେ ଆୟୋଜିତ ହେଉଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ଓ ୫୦ତମ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପଞ୍ଚମ ଦିନ ଯଜ୍ଞ କର୍ତ୍ତା ଦାୟିତ୍ୱ ମୁଖ୍ୟ କର୍ତ୍ତାଙ୍କ ସହ ରାଜେନ୍ଦ୍ର ମିଶ୍ର, ସମ୍ବିତ ପଣ୍ଡା, ସୁବାଷ ସା, ମହେନ୍ଦ୍ର ବାଗ, ଶିବ ପ୍ରସାଦ ସାହୁ, ସୁଧାଂଶୁ ଶେଖର ଦେଓ, ସନ୍ତୋଷ ପ୍ରଧାନ ପ୍ରମୁଖ ସମସ୍ତେ ତାଙ୍କ ଧର୍ମ ପତ୍ନୀଙ୍କ ସହ ତୁଳାଇଥିଲେ । ନାମଯଜ୍ଞରେ ସୁଦୂର କଳାହାଣ୍ଡି, ବରଗଡ଼, ସୋନପୁରରୁ ବିଭିନ୍ନ କୀର୍ତ୍ତନ୍ୟ ଗୁରୁ ପ୍ରଭୁଙ୍କର ନାମ ନେଇଥିଲେ । କମିଟୀ ତରଫରୁ ଆୟୋଜିତ ବେଦ ଓ ଗୀତା ଉଚ୍ଚାରଣ ହୁଳ ହୁଳି, ଶଙ୍ଖ, ରଙ୍ଗୋଲି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ପ୍ରହର ଭୋଗରେ ପଡ଼ାର ମହିଳା ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଛପନ ଭୋଗ ବେଶ ଆକର୍ଷଣୀୟ ହୋଇଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମରେ ବିଶିଷ୍ଠ କୀର୍ତ୍ତନ୍ୟ ଗାୟିକା ଦେବକୀ ସାହୁ ମଞ୍ଚରେ କୀର୍ତ୍ତନ୍ୟ ପରିବେଷଣ କରିଥିଲେ । ସଭାରେ ଅତିଥି ରୂପେ ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ ଓ ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇଥିଲେ । ସଭାରେ ପୂର୍ବତନ ନଗରପାଳ ପ୍ରଦୀପ ସାହୁ ସଭାପତିତ୍ୱ କରିଥିଲେ । ଆୟୋଜକ କମିଟୀ ସଭାପତି ପ୍ରକାଶ କୁମାର ନେପାକ, ସଂପାଦକ ଅଙ୍କୁଶ ହୋତା, ବରିଷ୍ଠ ଉପଦେଷ୍ଟା ଭଗବାନ ବଗର୍ତି, ମହିଳା କମିଟୀ ସଭାନେତ୍ରୀ ବନେଶ୍ୱରୀ ବେହେରା ଓ ସମ୍ପାଦିକା ଲିନା ମହାନ୍ତି, ସଭ୍ୟ ସୁବାଷ ସା, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଗୁରୁ ଶ୍ରୀ ଘାସିରାମ ମିଶ୍ର ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ କମିଟୀ ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ପ୍ରତିଷ୍ଠାତା ସଭ୍ୟ ଓ ଅନ୍ୟ ପ୍ରତିଷ୍ଠାତା ସଭ୍ୟ ମାନଙ୍କ ସହ ସହଯୋଗୀତା ପାଇଁ ମଧୁସୂଦନ ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସଭାପତି ପ୍ରକାଶ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞର ଉଦ୍‌ଯାପନୀ ଉତ୍ସବ ୨୭/୧୧/୨୩ ସକାଳ ୧୦ ଘଣ୍ଟା ସମୟରେ ସମସ୍ତ ଯଜ୍ଞ କର୍ତ୍ତାଙ୍କ ଦ୍ୱାରା ହୋମ କାର୍ଯ୍ୟ ସରିବା ପରେ ପୂର୍ଣ୍ଣାହୁତି ହୋଇଥିବା ବେଳେ ଦିବା ୧୧ ଘଣ୍ଟାରେ ଅଙ୍କୁଶ ହୋତା ଓ ସାଗରୀକାଙ୍କ ଦ୍ୱାରା ହୋମ କାର୍ଯ୍ୟ ସମାପନ କରି ନାମଯଜ୍ଞ ମଧ୍ୟ ଉଦ୍‌ଯାପିତ ହୋଇଥିଲା । ମହାଯଜ୍ଞ ଓ ନାମଯଜ୍ଞର ନଗର କୀର୍ତ୍ତନ୍ୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମସ୍ତ କମିଟୀ ସଭ୍ୟ ସଭ୍ୟା ଓ ପଡ଼ାବାସୀ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା ସହ ରାଧାମାଧବଙ୍କୁ ରାଧାକୃଷ୍ଣ ମନ୍ଦିରରେ ପୁଣି ବିରାଜମାନ କରାଇଥିଲେ । ଏହି ମହାଯଜ୍ଞ ଓ ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସଫଳତା ସହ ସମାପନ ହୋଇଥିବାରୁ କମିଟୀର ସଭାପତି ପ୍ରକାଶ କୁମାର ନେପାକ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.