
ଭୁବନେଶ୍ୱର, (କେପିଏନ୍ଏସ୍) : ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, କୁଳିଅଣା, ସାରସକଣା ଏବଂ ବିଶୋଇ ବ୍ଲକରେ ଗତକାଲି ଅହିଂସା ରଥ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ଛାତ୍ରଛାତ୍ରୀମାନେ ଉତ୍ସାହ ସହକାରେ ରଥକୁ ସ୍ବାଗତ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।