ପୁଣି ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଯାତ୍ରୀବାହୀ ବସ୍, ୨ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଥିବା ଖବର ମିଳିଛି । ଫଳରେ ବସ୍ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ ରାସ୍ତାରେ ୪୦ରୁ ୫୦ ଜଣ ସଶସ୍ତ୍ର ନକ୍ସଲ ରବିବାର ରାତିରେ ଏହି ହିଂସା କାଣ୍ଡ ଘଟାଇଛନ୍ତି । କେଭିଆର ଟ୍ରାଭେଲ୍ସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ମାଲକାନଗିରି ଦେଇ ହାଇଦ୍ରାବାଦ ଯାଉଥିଲା । ତେବେ ଗତକାଲି ନକ୍ସଲ ମାନେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଥିବା ବେଳେ ରାତିରେ ଏହି ବସ୍‌ଟିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ପ୍ରଥମେ ନକ୍ସଲମାନେ ବସ୍‌ଟିକୁ ଅଟକାଇ ଏଥିରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରି ଯିବାକୁ କହିଥିଲେ । ତେବେ ବସ୍ ଭିତରେ ଦୁଇ ଜଣ ଯାତ୍ରୀ ଶୋଇଥିବା ବେଳେ ନିଆଁରେ ପୋଡି ସାମାନ୍ୟ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ଯାତ୍ରୀ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲାମ ମେଡିକାଲକୁ ପଠାଇଛନ୍ତି ।

Leave A Reply

Your email address will not be published.