ମୁମ୍ବାଇ ଅଭି‌ମୁ‌ଖେ ଯାଉଥିବା ଟ୍ରେନ୍‌ ଲାଇନ୍‌ଚ୍ୟୁତ : ୨ ମୃତ, ୨୦ ଆହତ

ରାଉରକେଲା : ଆଜି ସକାଳେ ଝାରଖଣ୍ଡରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନ୍‌ର ପ୍ରାୟ ୧୮ଟି କୋଚ୍ ଲାଇନ୍‌ଚ୍ୟୁତ୍‌ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହିତ ୨୦ ଜଣ ଆହତ ହୋଇଛନ୍ତି । ହାୱାଡ଼ା-ସିଏସ୍‌ଏମ୍‌ଟି ଏକ୍ସପ୍ରେସ ଭୋର୍‌ ୩.୪୫ ସମୟରେ ଜାମସେଦପୁର ଠାରୁ ୮୦ କିଲୋମିଟର ଦୂରରେ ବାଦବାମ୍ବୋ ନିକଟରେ ଲାଇନ୍‌ଚ୍ୟୁତ୍ ହୋଇଥିଲା । ଅଧିକାରୀମାନେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ପରେ ମାର୍ଗରେ ଥିବା ଅନେକ ଟ୍ରେନ୍‌କୁ ବାତିଲ କରାଯାଇଛି କିମ୍ବା ବଦଳାଇ ଦିଆଯାଇଛି । ସେ କହିଛନ୍ତି ଯେ, ୧୮ଟି କୋଚ୍‌ ମଧ୍ୟରୁ ୧୬ଟି ଯାତ୍ରୀ କୋଚ୍‌ ଥିବା ବେଳେ ଗୋଟିଏ ପାୱାର କାର୍‌ ଏବଂ ଗୋଟିଏ ପ୍ୟାଣ୍ଟ୍ରି କାର୍‌ ଥିଲା । ଆହତମାନଙ୍କୁ ରେଳବାଇର ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିବା ଅଧିକାରୀମାନେ କହିଛନ୍ତି । ସେମାନଙ୍କୁ ବର୍ତ୍ତମାନ ଭଲ ଚିକିତ୍ସା ପାଇଁ ଚକ୍ରଧରପୁର ନିଆଯାଇଛି ବୋଲି ସୂଚନା ରହିଛି ।

Leave A Reply

Your email address will not be published.